ପୂଜାରାଙ୍କ ପରେ ପନ୍ତ ଝଡ, ଅଷ୍ଟ୍ରେଲିଆ ସମ୍ମୁଖରେ ବିଶାଳ ସ୍କୋର

ସିଡ୍‌ନୀ,୦୪/୦୧(ଗ୍ରାଉଣ୍ଡଜିରୋ ଲାଇଭ):
ଅନ୍ତିମ ଟେଷ୍ଟରେ କମାଲ କରିଛନ୍ତି ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ । ଆଜି ୭ ରନ ପାଇଁ ଚେତେଶ୍ୱର ପୂଜାର ନିଜର ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ । ସେ ମୋଟ ୧୯୩ ରନ କରିଥିଲେ । ପୂଜାରା ଚତୁର ଓ ପନ୍ତଙ୍କ ବିସ୍ଫୋରକ ଇନିଂସ ବଳରେ ଭାରତୀଯ ଦଳ ଅଷ୍ଟ୍ରେଲିଆ ସମ୍ମୁଖରେ ୬୨୨ ରନର ବିଶାଳ ସ୍କୋର ଛିଡାକରିଛି । ଅନ୍ୟପକ୍ଷରେ ରବୀନ୍ଦ୍ର ଜାଡେଜା ବି ଅର୍ଦ୍ଧଶତକ ହାସଲ କରିଥିଲେ । ୭ ୱିକେଟ୍ ହରାଇ ୬୨୨ ରନ୍ କରିବା ପରେ ଦଳ ତା’ର ପାଳି ଘୋଷଣା କରିଛି । ଅଷ୍ଟ୍ରେଲିଆ ପକ୍ଷରୁ ନେଥନ ଲିଅନ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଜୋଶ୍ ହେଜେଲ୍‌ଉଡ୍‌ ୨ଟି ଓ ମିଚେଲ ଷ୍ଟାର୍କ ଗୋଟିଏ ୱିକେଟ୍‌ ନେଇଥିଲେ । ଆଜି ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ କୌଣସି ୱିକେଟ୍ ନ ହରାଇ ୨୪ ରନ୍ ସଂଗ୍ରହ କରିଛି ।
  • ରିଷଭ ପନ୍ତ ପ୍ରଥମ ଭାରତୀୟ ଉଇକେଟକିପର ଭାବେ ଅଷ୍ଟ୍ରେଲିଆରେ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ମାରିଛନ୍ତି ।
  • ୧୩୭ ବଲର ସମ୍ମୁଖୀନ ହୋଇ କ୍ୟାରିୟରର ୨ୟ ଶତକ ହାସଲ କରିଛନ୍ତି ପନ୍ତ ।
  • ପନ୍ତ ଦ୍ୱିତୀୟ କନିଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଅଷ୍ଟ୍ରେଲିଆରେ ଶତକ ହାସଲ କରିଛନ୍ତି ।
  • ୧୮ ବର୍ଷ ୨୫୬ ଦିନ ବୟସରେ ଅଷ୍ଟ୍ରେଲିଆରେ ଶତକ ମାରିଥିଲେ ସଚିନ ।
  • ରବିନ୍ଦ୍ର ଜାଡେଜା ଓ ପନ୍ତଙ୍କ ମଧ୍ୟରେ 204 ରନର ପାର୍ଟନରସିପ ହୋଇଥିଲା, ଯାହା ଅଷ୍ଟ୍ରେଲିଆ ମାଟିରେ ସପ୍ତମ ୱିକେଟ ପାଇଁ ସର୍ବାଧିକ । 

Leave a Reply

Your email address will not be published. Required fields are marked *