୧ ଏପ୍ରିଲ, ୨୦୨୦ ଠାରୁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକର ବ୍ୟାପକ ସମ୍ମିଶ୍ରଣକୁ କ୍ୟାବିନେଟ ମଞ୍ଜୁରି

ନିଉଦିଲ୍ଲୀ,04 ମାର୍ଚ୍ଚ (ଗ୍ରାଉଣ୍ଡ ଜିରୋ ଲାଇଭ):

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ୧୦ଟି ରାଷ୍ଟ୍ରାୟତ ବ୍ୟାଙ୍କକୁ ୪ଟି ବ୍ୟାଙ୍କରେ ବିଲୟ ସହିତ ବ୍ୟାପକ ବ୍ୟାଙ୍କ ସମ୍ମିଶ୍ରଣ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏଥିରେ ସାମିଲ ରହିଛି:-
୧. ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ବିଲୟ ।
୨. କାନାରା ବ୍ୟାଙ୍କରେ ସିଣ୍ଡିକେଟ ବ୍ୟାଙ୍କର ମିଶ୍ରଣ ।
୩. ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆରେ ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ବିଲୟ ।
୪. ଇଣ୍ଡିଆନ ବ୍ୟାଙ୍କରେ ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ ।
ଏହି ବିଲୟ ୧ ଏପ୍ରିଲ, ୨୦୨୦ ଠାରୁ ଲାଗୁ ହେବ ଏବଂ ଏହାର ପରିଣାମସ୍ୱରୂପ ରାଷ୍ଟ୍ରାୟତ କ୍ଷେତ୍ରର ୭ଟି ବଡ଼ ବ୍ୟାଙ୍କ ସୃଷ୍ଟି ହେବ । ପ୍ରତ୍ୟେକ ଏକୀକୃତ ବ୍ୟାଙ୍କରେ ୮୦ ଲକ୍ଷ କୋଟି ଟଙ୍କାରୁ ଅଧିକ କାରବାର ସହିତ ଏହାର ରାଷ୍ଟ୍ରୀୟ ପ୍ରସାର ମଧ୍ୟ ବିସ୍ତାରିତ ହେବ । ଏହି ବ୍ୟାପକ ବ୍ୟାଙ୍କ ସମ୍ମିଶ୍ରଣ ଫଳରେ ଭାରତୀୟ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ତୁଳନାତ୍ମକ କ୍ଷେତ୍ରରେ ବିଶ୍ୱସ୍ତରୀୟ ବ୍ୟାଙ୍କଗୁଡ଼ିକ ସହ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସକ୍ଷମ ହୋଇପାରିବେ । ଏହି ଏକୀକରଣ ଫଳରେ ବ୍ୟାପକ ପୁଞ୍ଜିଗତ ଲାଭ ବୃଦ୍ଧି ପାଇବ ଫଳରେ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଭାରତୀୟ ବ୍ୟାଙ୍କିଙ୍ଗ ପ୍ରଣାଳୀରେ ନିଜର ପ୍ରତିଦ୍ୱନ୍ଦ୍ୱୀ କ୍ଷମତା ଏବଂ ସକାରାତ୍ମକ ପ୍ରଭାବକୁ ସମ୍ପ୍ରସାରିତ କରିପାରିବେ ।
ଏହାବ୍ୟତୀତ ଏହି ବିଲୟ ଫଳରେ ବ୍ୟାଙ୍କଗୁଡ଼ିକରେ ବ୍ୟାପକ ପରିମାଣରେ ଋଣ ସହାୟତା ସହିତ ଆର୍ଥିକ କ୍ଷମତା ମାଧ୍ୟମରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ପରିଚାଳନାକୁ ମଧ୍ୟ ପ୍ରୋତ୍ସାହନ ମିଳିବ । ସମସ୍ତ ସମନ୍ୱିତ ବ୍ୟାଙ୍କରେ ସର୍ବୋତମ କାର୍ଯ୍ୟପ୍ରଣାଳିକୁ ଆପଣାଇବା ଫଳରେ ସେମାନଙ୍କ ପୁଞ୍ଜି ବିନିଯୋଗ ଦକ୍ଷତା ଓ ବିପତି ପରିଚାଳନାରେ ସୁଧାର ଆସିପାରିବ । ବ୍ୟାଙ୍କଗୁଡ଼ିକର ବ୍ୟାପକ ବିସ୍ତାର ଫଳରେ ଆର୍ଥିକ ସମାବେଶନ ଲକ୍ଷ୍ୟ ମଧ୍ୟ ବୃଦ୍ଧି ପାଇବ ।
ସମସ୍ତ ଏକୀକୃତ ବ୍ୟାଙ୍କରେ ଉନ୍ନତ ଜ୍ଞାନକୌଶଳକୁ ଆପଣାଇବା ଫଳରେ ବ୍ୟାପକ ଯୋଗ୍ୟ ସମୂହ ଏବଂ ଏକ ବଡ଼ ଡାଟା ବେସ ପର୍ଯ୍ୟନ୍ତ ପହଁଚ ସୁନିଶ୍ଚିତ ହେବ । ଏଥିସହିତ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଖୁବ ଦ୍ରୁତ ଗତିରେ ଡିଜିଟାଲ ହେଉଥିବା ବ୍ୟାଙ୍କିଙ୍ଗ ପରିଦୃଶ୍ୟରେ ବିଶ୍ଳେଷାତ୍ମକ କାର୍ଯ୍ୟକ୍ଷମତା ଦ୍ୱାରା ପ୍ରତିଦ୍ୱନ୍ଦ୍ୱିତାର ଲାଭ ନେବାର ସ୍ଥିତିରେ ରହିପାରିବେ ।

Leave a Reply

Your email address will not be published. Required fields are marked *