‘ଦ ସ୍କାଇ ଇଜ୍‌ ପିଙ୍କ୍‌’ର ପ୍ରଥମ ପୋଷ୍ଟର ରିଲିଜ୍‌

ମୁମ୍ବାଇ, 09 ସେପ୍ଟେମ୍ବର (ଗ୍ରାଉଣ୍ଡ ଜିରୋ ଲାଇଭ) :

ସାଢ଼େ ୩ ବର୍ଷ ପରେ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ବଲିଉଡକୁ ଫେରିଛନ୍ତି । ତାଙ୍କ  ଅପ୍‌ କମିଂ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ’ର ପ୍ରଥମ ପୋଷ୍ଟର  ରିଲିଜ୍‌ ହୋଇଛି। ପୋଷ୍ଟର ସହ ଫିଲ୍ମର ରିଲିଜ୍‌ ଓ ଟ୍ରେଲର ରିଲିଜ୍‌ ଡେଟ ମଧ୍ୟ ଘୋଷଣା କରାଯାଇଛି। ଫିଲ୍ମର ପୋଷ୍ଟରକୁ ପ୍ରିୟଙ୍କା ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିବା ସହ ଏକ ସୁନ୍ଦର କ୍ୟାପସନ୍‌ ଲେଖିଛନ୍ତି। ପୋଷ୍ଟରରେ ପ୍ରିୟଙ୍କା ଫରହାନ ଅଖତରଙ୍କ ପିଠିରେ ବସିଥିବା ଦେଖିବାକୁ ମିଳିଛି। ଆଉ ତାଙ୍କ ଆଗରେ ରୋହିତ ସୁରେଶ ସରଫ ଓ ଜାୟିରା ଓ୍ବାଶିମ ଦୌଡୁଥିବା ନଜର ଆସିଛନ୍ତି। ସେପ୍ଟେମ୍ବର 10 ତାରିଖ ଦିନ  ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହେବାକୁ ଥିବା ବେଳେ ଅକ୍ଟୋବରରେ ୧୧ରେ ଏହା ପରଦାକୁ ଆସିବ।

Leave a Reply

Your email address will not be published. Required fields are marked *