ଯୋଗି ସରକାର ଉପରେ ବର୍ଷିଲେ ପ୍ରିୟଙ୍କା

ଉତ୍ତରପ୍ରଦେଶ, ୦୧/୦୭(ଗ୍ରାଇଣ୍ଡଜିରୋଲାଇଭ):
ଲୋକସଭା ନିର୍ବାଚନ ପରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ସରକାର ଉପରେ ବର୍ଷିଛନ୍ତି । ସେ କହିଛନ୍ତି ଯେ, ୟୁପିରେ ବିଜେପି ସରକାର ଶିକ୍ଷକଙ୍କ ଉପରେ ଅତ୍ୟାଚାର କରିଚାଲିଛି । ସେ ଏକ ଟ୍ୱିଟ୍ ଜରିଆରେ କହିଛନ୍ତି ଯେ ‘‘ବିଜେପି ସରକାର ଶିକ୍ଷକଙ୍କ ଉପରେ ଅତ୍ୟାଚାର କରିବାରେ ଲାଗିଛି । ଶିକ୍ଷକମାନଙ୍କୁ ମାସିକ ୧୭,୦୦୦ଟଙ୍କା ବେତନର ପ୍ରତିଶୃତି ଦେଇଥିବା ବିଜେପି ସରକାର ତାକୁ ପୁରା କରିବା ତ ଦୂରର କଥା ଏବେ ତାଙ୍କ ୮,୪୭୦ଟଙ୍କା ବେତନରୁ ମଧ୍ୟ ଟଙ୍କା କାଟିବାରେ ଲାଗିଛି । ଉତ୍ତରପ୍ରଦେଶ ସରକାରଙ୍କର ଏପରି ଧୋକାକୁ ନେଇ କୌଣସି ସଫାଇ ଅଛି କି?’’ ବୋଲି ସେ ପ୍ରଶ୍ନ କରିଛନ୍ତି ।

 

Leave a Reply

Your email address will not be published. Required fields are marked *