ଆଡିଲେଡ୍‌ ଟେଷ୍ଟରୁ ପୃଥ୍ୱୀ ବାଦ୍‌

ସିଡ୍‌ନୀ, ୩୦/୧୧(ଗ୍ରାଉଣ୍ଡଜିରୋ ଲାଇଭ):
ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଥିବା ଆଡିଲେଡ୍‌ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି ଭାରତୀୟ ଲିଟିଲ ଷ୍ଟାର ପୃଥ୍ୱୀ ଶ । ସିଡ୍‌ନୀଠାରେ ଅଷ୍ଟ୍ରେଲିଆ କ୍ରିକେଟ ଏକାଦଶ ବିପକ୍ଷରେ ଚାଲିଥିବା ୪ ଦିନିଆ ଅଭ୍ୟାସ ମ୍ୟାଚ୍‌ରେ ସେ ଆହତ ହୋଇଥିବା କାରଣରୁ ଆଡିଲେଡ୍‌ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି ସେ । ଫିଲ୍ଡିଂ କରୁଥିବା ବେଳେ ତାଙ୍କ ବାମ ଗୋଇଠିରେ ଆଘାତ ଲାଗିଛି । ଏକ କ୍ୟାଚ ଧରିବା ପାଇଁ ବାଉଣ୍ଡ୍ରି ଲାଇନରେ ଡ୍ରାଇଭ କରିବାବେଳେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା । ଏହାପରେ ସେ ଛିଡ଼ା ହୋଇ ପାରି ନ ଥିଲେ । ତାଙ୍କ ତୁରନ୍ତ ଦୁଇ ଭାରତୀୟ ସପୋର୍ଟ ଷ୍ଟାଫ୍‌ ଫିଲ୍ଡ ଉଠାଇ ବାହାରକୁ ନେଇଥିଲେ ।

ସ୍କାନିଂ କରାଯିବା ପରେ ପୃଥ୍ୱୀ ଶ ଗୁରୁତର ଆହତ ଥିବା ଜଣାପଡ଼ିଛି । ଏଣୁ ସେ ଆଡିଲେଡ୍‌ ଟେଷ୍ଟରେ ଭାରତୀୟ ଦଳ ଲାଗି ଉପଲବ୍ଧ ହୋଇପାରିବେ ନାହିଁ“ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *