ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ କରିବେ ପ୍ରଧାମନ୍ତ୍ରୀ

ନୂଅାଦିଲ୍ଲୀ, ୨୩/୦୯(ଗ୍ରାଉଣଣ୍ଡଜିରୋ ଲାଇଭ) : ଆଜି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ ବୀମା ଯୋଜନା, ରାଞ୍ଚିଠାରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରିବେ । ଏହାଦ୍ୱାରା ଦେଶର ୧୧କୋଟି ପରିବାର ପ୍ରାୟ ୫୦ କୋଟି ଲୋକ ଲାଭାନ୍ବିତ ହେବେ। ପ୍ରଧାନମନ୍ତ୍ରୀ ସ୍ୱତନ୍ତ୍ରତା ଦିବସ ଅବସରରେ ଲାଲକିଲ୍ଲା ଠାରେ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । ସାମାଜିକ, ଅର୍ଥନୈତିକ ଜାତିଗତ ଜନଗଣନା ତଥ୍ୟ ଆଧାରରେ ହିତାଧିକାରୀ ଚୟନ କରାଯାଇଛି । କିନ୍ତୁ ଓଡିଶା, ତେଲେଙ୍ଗାନା, ଦିଲ୍ଲୀ, କର୍ଣ୍ଣାଟକ, କେରଳ ଓ ପଞ୍ଜାବ ଭଳି ରାଜ୍ୟ ଏହି ଯୋଜନାରେ ସାମିଲ ହେବାକୁ ମନା କରିଦେଇଛନ୍ତି ।
ପ୍ରତିବର୍ଷ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଲେଖାଁଏ ଟଙ୍କାର ସ୍ୱାସ୍ଥ୍ୟବୀମା ଯୋଗାଇ ଦିଆଯିବ । କର୍କଟରୋଗଠାରୁ ଆରମ୍ଭ କରି ହୃଦରୋଗ, ମସ୍ତିଷ୍କ, ମେରୁଦଣ୍ଡର ଅସ୍ତ୍ରୋପଚାର ଭଳି ଚିକିତ୍ସା ଏହି ଯୋଜନାରେ ହିତାଧିକାରୀଙ୍କୁ ମିଳିବ । ସେହିଭଳି ଏମଏରଆଇ ଓ ସିଟି ସ୍କାନ ଭଳି ପରୀକ୍ଷା ମଧ୍ୟ କରାଯାଇପାରିବ । ଏହି ଚିକିତ୍ସା ପାଇଁ ରୋଗୀଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏହି ଯୋଜନାର ଲାଭ ପାଇବାକୁ ହେଲେ ଆଧାରକାର୍ଡ ବାଧ୍ୟତାମୂଳକ ନୁହେଁ ।ଆୟୁଷ୍କାନ ଯୋଜନା ପାଇଁ ୮ ହଜାର ୭୩୫ଟି ସରକାରୀ ଓ ଘରେଇ ଡାକ୍ତରଖାନାକୁ ଚୟନ କରାଯାଇଛି । ଏହିସବୁ ଡାକ୍ତରଖାନାରେ ଜଣେ ଲେଖାଁଏ ଆୟୁଷ୍ମାନ ମିତ୍ର ରହିବେ । ଏହି ଯୋଜନା ବାବଦ ଖର୍ଚରୁ କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ବହନ କରିବେ ।

Leave a Reply

Your email address will not be published. Required fields are marked *