ପାଇପରୁ ଉଦ୍ଧାର ହେଲେ ପ୍ରାଣକୃଷ୍ଣ

କଟକ, ୧୭/୦୫(ଗ୍ରାଉଣ୍ଡଜିରୋ ଲାଇଭ): ଦୀର୍ଘ ୬ ଘଣ୍ଟା ପରେ ଉଦ୍ଧାର ହେଲେ ପାଇପ୍ ଲାଇନ ଶ୍ରମିକ ପ୍ରାଣକୃଷ୍ଣ । କଟକ ପୁଲିସ୍ ସିଗନାଲ ମୁଖ୍ୟାଳୟ ନିକଟରେ ପାଇପ ଲାଇନରେ ଫଶିରହିଥିବା ପ୍ରାଣକୃଷ୍ଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କଂକ୍ରିଟ ପାଇପ କଟାଯାଇ ପ୍ରାଣକୃଷ୍ଣ ମୁଦୁଲିଙ୍କୁ ଉଦ୍ଧାର କରାଯାଇଛି । ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବାହିନୀ ବହୁ କସରତ କରି ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ପରେ ପ୍ରାଣକୃଷ୍ଣଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ପ୍ରାୟ ସକାଳ ୬.୩୦ ସମୟରେ କଟକ ମହାନଗର ନିଗମର ପମ୍ପ ହାଉସ ସଫା କରିବା ବେଳେ ପ୍ରାଣକୃଷ୍ଣ କଂକ୍ରିଟ ପାଇପ ଭିତରେ ଫଶି ଯାଇଥିଲେ । ଫଶିଯାଇଥିବା ଶ୍ରମିକ ୫୩ ବର୍ଷିୟ ପ୍ରାଣକୃଷ୍ଣ ମୁଦୁଲି ତୁଳସୀପୁର ଅଞ୍ଚଳର ବୋଲି ଜଣାପଡ଼ିଥିଲା । ଖବର ପାଇ ଘଟଣାସ୍ଥଳରେ ଓଡ୍ରାଫ ଟିମ୍ ଏବଂ ଅଗ୍ନିଶମ ବିଭାଗ  କର୍ମଚାରୀ ପହଞ୍ଚିଥିଲେ । ୨୫ ଫୁଟ ପାଇପ ଭିତରକୁ ପ୍ରଥମେ ଅମ୍ଲଜାନ ଏବଂ ଗ୍ଲୁକୋଜ ପଠାଯାଇଥିଲା । ଏହାକୁ ଆଧାର କରି ପ୍ରାଣକୃଷ୍ଣ ନିଶ୍ୱାସ ପ୍ରଶ୍ୱାସ ନେଇଥିଲେ । ପରେ କଂକ୍ରିଟ ପାଇପକୁ କଟର ସାହାଯ୍ୟରେ କଟାଯାଇ ପ୍ରାଣକୃଷ୍ଣଙ୍କୁ ଉଦ୍ଧାର କରାଯାଇଥିଲା ।

Leave a Reply

Your email address will not be published. Required fields are marked *