ପୋମ୍ପିୟୋ କହିଲେ, ‘ମୋଦି ହେ ତୋ ମୁମକିନ ହେ’

 

ଆମେରିକା, 13/06(ଗ୍ରାଉଣ୍ଡଜିରୋଲାଇଭ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯାଦୁ ଏବେ ହୋଇଛି ଆମେରିକା ଉପରେ । ଏହି ମାସରେ ଭାରତର ଗ୍ରସ୍ତ ପୂର୍ବରୁ ଆମେରିକାର ବିଦେଶ ମନ୍ତ୍ରୀ ମାଇକ ପୋମ୍ପିୟୋ ଦୁଇ ଦେଶ ମଧ୍ୟରେ ଆହୁରି ଅଧିକ ଭଲ ସମ୍ପର୍କର ଆଶା ରଖି କହିଲେ କି, ‘ମୋଦି ହେ ତୋ ମୁମକିନ ହେ’। କିଛି ସପ୍ତାହ ପୂର୍ବରୁ 600 ମିଲିୟନ ଭାରତୀୟମାନେ ମୋଦିଙ୍କୁ ବିଶାଳ ଜନାଦେଶ ଦେଇ ଜିତାଇଥିଲେ । 1971ପରେ ଭାରତୀୟ ପ୍ରଧାନମନ୍ତ୍ରୀ ଭାବରେ  ବହୁମତର ସହ ଦ୍ୱିତୀୟ ଥର ଶାସନ ଗାଦିକୁ ଆସିବାରେ ମୋଦି ହେଉଛନ୍ତି ପ୍ରଥମ । ପୋମ୍ପିୟୋ ଏହି ମାସର ଶେଷରେ କୋରିଆରେ ପରମାଣୁ ନିରସ୍ତ୍ରୀକରଣ ଉପରେ ଚର୍ଚ୍ଚା କରିବାପାଇଁ ଜାପାନ ଓ ଦକ୍ଷିଣ କୋରିଆ ଗ୍ରସ୍ତ କରିବେ । ବିଭାଗର ପ୍ରବକ୍ତା ର୍ମାଗନ ଓର୍ଟାଗସ ଏକ ପ୍ରେସ ବ୍ରିଫିଙ୍ଗରେ କହିଥିଲେ କି, ପୋମ୍ପିୟୋ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜାପାନର ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କୁ ଜି-20 ଶିଖର ସମ୍ମିଳନୀରେ ସାକ୍ଷାତ କରିବେ । ଏହି ସମ୍ମିଳନୀ ଜାପାନର ଓସାକାରେ 28-29 ଜୁନକୁ ହେବ । ମାଇକ ପୋମ୍ପିୟୋ ଗତକାଲି  ୟୁଏସ- ଇଣ୍ଡିଆ ବାଣିଜ୍ୟ ପରିଷଦ ସମିତିରେ କହିଲେ କି, ମୋଦୀ ତାଙ୍କ ଇଲେକ୍ସନ କ୍ୟାମ୍ପନିଙ୍ଗରେ କହିଥିଲେ,‘ ମୋଦୀ ଅଛନ୍ତି ତ ସମ୍ଭବ ଅଛି’ ଓ ସେ ସେଇଟା କରିକି ଦେଖାଇଲେ । ପୋମ୍ପିୟୋ ଏହି ମାସରେ ଭାରତ ଯାତ୍ରା କରିପାରନ୍ତି । ଏହି ଅବସରରେ ତାଙ୍କର ମୋଦି ଓ ଏସ୍ ଜୟଶଙ୍କରଙ୍କ ସହ ଭେଟ ହେବ । ଏଥିରେ ଦୁଇ ଦେଶ ମଧ୍ୟରେ ଥିବା ବଡ ଅସୁବିଧା ଓ ବିଚାର ଉପରେ ଆଲୋଚନା ହେବ । ଯାହାଦ୍ୱାରା ଦ୍ୱିପାକ୍ଷୀକ ସମ୍ପର୍କର ନୂଆ ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *