ହୁନର ହାଟ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ହୁନର ହାଟ ପରିଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ସେ ହୁନର ହାଟରେ ବୁଣାକାର, ଶିଳ୍ପୀ ଏବଂ କାରିଗରମାନଙ୍କ ଷ୍ଟଲ ପରିଦର୍ଶନ କରିଛନ୍ତି । ଇଣ୍ଡିଆ ଗେଟ ବଗିଚାରେ 250ରୁ ଅଧିକ ଷ୍ଟଲ ଖୋଲାଯାଇଛି । ଏହି ପ୍ରଦର୍ଶନୀରେ ଭାଗନେଇଥିବା କାରିଗରମାନଙ୍କ ମଧ୍ୟରୁ 50 ପ୍ରତିଶତରୁ ଊର୍ଦ୍ଧ୍ଵ ହେଉଛନ୍ତି ମହିଳା । ଏହି ଅବସରରେ ହୁନର ହାଟରେ ଭାଗନେଇଥିବା ଶିଳ୍ପୀ ଓ କାରିଗରମାନଙ୍କ ସହ ପ୍ରଧାନମନ୍ତ୍ରୀ ମତବିନିମୟ କରିଥିଲେ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିଥିଲେ ।

‘ହୁନର ହାଟ’ ନିଯୁକ୍ତି ପ୍ରଦାନ ଏବଂ ଭାରତର ପାରମ୍ପରିକ ଐତିହର ସୁରକ୍ଷା ଏବଂ ପ୍ରୋତ୍ସାହନ ଦିଗରେ ସରକାରଙ୍କ ପ୍ରତିବଦ୍ଧତାର ପ୍ରତିଫଳନ ।

ଚଳିତ ବର୍ଷ ହୁନର ହାଟର ବିଷୟବସ୍ତୁ ହେଉଛି ‘କୁଶଳୀକୁ କାମ’ । ବିଗତ 3 ବର୍ଷ ମଧ୍ୟରେ ହୁନର ହାଟ ଜରିଆରେ ପ୍ରାୟ 3 ଲକ୍ଷ କୂଶଳୀ କାରିଗର ଓ ଶିଳ୍ପୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରାଯାଇଛି । ଏହି ହିତାଧିକାରୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ।

Leave a Reply

Your email address will not be published. Required fields are marked *