ମସ୍କଟରେ ଶିବ ମନ୍ଦିର ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି

ଓମାନ, ୧୨/୦୨(ଗ୍ରାଉଣ୍ଡଜିରେ ଲାଇଭ):ଓମାନ ଗସ୍ତର ଦ୍ୱିତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିବ ମନ୍ଦିର ଦର୍ଶନ ପାଇଁ ମସ୍କଟରେ ପହଞ୍ଚିଥିଲେ । ସେଠାରେ ପୂଜା ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି ଓମାନର ସୁଲତାନ କବୁସ ବିନ ସାଦ ଅଲ ସାଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ମନ୍ଦିରରେ ପୂଜାର୍ଚ୍ଚନା ପରେ ଓମାନର ସବୁଠାରୁ ବଡ଼ ମସଜିଦ ସୁଲତାନ କବୁସ ଗ୍ରାଣ୍ଡ ସମଜିଦ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ ଦିନିଆ ବିଦେଶ ଗସ୍ତର ଆଜି ହେଉଛି ଅନ୍ତିମ ଦିନ । ଓମାନରେ ମୋଦି ଭାରତୀୟ ସମୁଦାୟକୁ ସମ୍ବୋଧିତ କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ମୋଦି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ।

Leave a Reply

Your email address will not be published. Required fields are marked *