ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାକିସ୍ତାନୀ ଭଉଣୀ

ନୂଆଦିଲ୍ଲୀ, ୨୨/୦୮(ଗ୍ରାଉଣ୍ଡଜିରୋ ଲାଇଭ) :
ଭାଇ ଓ ଭଉଣୀର ପବିତ୍ର ସଂପର୍କକୁ ରାକ୍ଷୀ ଆହୁରି ନିବିଡ କରିଥାଏ  । ରାକ୍ଷୀ ବନ୍ଧନ ଦିନ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଭଉଣୀ, ଏବି ପର୍ବ ପ୍ରତ୍ୟେକ ବର୍ଷ ପାଳନ କରାଯାଇଥାଏ  । ଏବର୍ଷ ଏହି ପବିତ୍ର ପର୍ବ ଅଗଷ୍ଟ ୨୬ ତାରିଖରେ ପାଳନ କରାଯିବ  । ଅାପଣଙ୍କୁ ନିଶ୍ଚିତ ଭାବରେ ଶୁଣି ଆଶ୍ଚର୍ଯ୍ୟ ଲାଗିବ, ଜଣେ ପାକିସ୍ତାନି ମହିଳା ଦୀର୍ଘ ୩୬ ଧରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି  । ଏହି ମହିଳା ଜଣକ ହେଉଛନ୍ତି କମର ମୋହସିନ ଶେଖ  । କମର ମୋହସିନ ଶେଖଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା କିନ୍ତୁ ସେ ନିଜକୁ ଭାରତୀୟ ବୋଲି ମାନନ୍ତି । ତାଙ୍କ କହିବା ଅନୁଯାୟୀ ଏକଦା ସେ ରାକ୍ଷୀ ବନ୍ଧନ ଦିନରେ ମୋଦିଙ୍କୁ ଭେଟିଥବା ବେଳେ ତାଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ପଚାରିବାରୁ ପ୍ରଧାନମନ୍ତ୍ରୀ ମୋଦି ଖୁସିରେ ନିଜରେ ହାତ ବଢାଇଦେଇଥିଲେ  । ତାପରେ ଶେଖ ମୋଦିଙ୍କୁ ରାକ୍ଷୀ ବାନ୍ଧିଥିଲେ  ।

Leave a Reply

Your email address will not be published. Required fields are marked *