ଶିରିଡିରେ ମୋଦିଙ୍କ ସାଇ ଦର୍ଶନ

ଶିରିଡି,୧୯/୧୦(ଗ୍ରାଉଣ୍ଡଜିରୋ ଲାଇଭ) : 
ଶିରିଡିର ସାଇ ବାବାଙ୍କୁ ସମାଧି ନେବାର ୧୦୦ ବର୍ଷ ପୂରଣ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ କାର‌୍ୟ୍ୟକ୍ରମକୁ ସମ୍ବୋଧନ କରିବା ପାଇଁ ଶିରିଡି ପହଞ୍ଚିଛନ୍ତି । ଏହା ସହିତ ୧୫୯ କୋଟି ଟଙ୍କା ମୂଲ୍ୟର ବିଶାଳ ଶିକ୍ଷଣୀୟ ଭବନ ସହିତ ଅନେତ ଛୋଟ ବଡ ଯୋଜନାଗୁଡିକର ଭୂମି ପୂଜା ମଧ୍ୟ କରିଛନ୍ତି । ୨୦୧୭ ମସିହାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଠାରେ ସାଇଙ୍କ ଶତାବ୍ଦୀ ମହୋତ୍ସବର ଶୁଭ ଉଦଘାଟନ କରିଥିଲେ ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସାଇଙ୍କ ଦର୍ଶନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କିଛି ଲାଭାର୍ଥୀଙ୍କୁ ଗୃହ ପ୍ରଦାନ କରିଥିଲେ । ଏହି କାର‌୍ୟ୍ୟକ୍ରମରେ ମୋଦିଙ୍କ ସହିତ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *