ଟ୍ୱିଟରରେ ମୋଦିଙ୍କ ଫଲୋଅର୍ସ ସଂଖ୍ୟା ୫ କୋଟିରେ ପହଂଚିଲା

ନୂଆଦିଲ୍ଲୀ , ୦୯ ସେପ୍ଟେମ୍ବର (ଗ୍ରାଉଣ୍ଡ ଜିରୋ ଲାଇଭ) :

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ଦିନକୁ ଦିନ ବଢିବାରେ ଲାଗିଛି । ସୋସିଆଲ ମିଡିଆରେ ମଧ୍ୟ ମୋଦି ବହୁ ଲୋକପ୍ରିୟତା ଅର୍ଜନ କରିଛନ୍ତି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ଅଧିକାଂଶ ସମୟ ଆକ୍ଟିଭ ରହିଥାନ୍ତି । ଇଂଷ୍ଟାଗ୍ରାମ ହେଉ ଅବା ଲିଙ୍କଡିନ କିମ୍ବା ୟୁଟ୍ୟୁବ ସେ ସବୁଥିରେ ଅପଡେଟ୍ ରହିଥାନ୍ତି । ସମସ୍ତ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମୋଦୀଙ୍କ ଲକ୍ଷ ଲକ୍ଷ ଫଲୋଅର୍ସ ରହିଛନ୍ତି । ଏବେ ଟ୍ୱିଟରରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ତାଲିକାରେ ମୋଦୀ ୨୦ ନମ୍ବରରେ ରହିଛନ୍ତି । ସୋମବାର ଦିନ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଲୋଅର୍ସଙ୍କ ସଂଖ୍ୟା ୫୦ ମିଲିୟନ (୫ କୋଟି) ଛୁଇଁଛି । ଟ୍ୱିଟରରେ ସବୁଠାରୁ ଅଧିକ ଫଲୋ କରାଯାଉଥିବା ନେତାଙ୍କ ତାଲିକାରେ ମୋଦି ତୃତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା ପ୍ରଥମ ସ୍ଥାନରେ ରହିଥିବା ବେଳେ ଆମେରିକାର ବର୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେମାନଙ୍କ ଫଲୋଅର୍ସ ସଂଖ୍ୟା ଯଥାକ୍ରମେ ୧୦.୮ କୋଟି ଓ ୬.୪ କୋଟି ରହିଛି ।

Leave a Reply

Your email address will not be published. Required fields are marked *