ଦ୍ୱିତୀୟ ପର୍ଯ୍ୟାୟ ପିଏମ୍ କିଷାନ ଯୋଜନାରେ ରାଜ୍ୟକୁ ହିତାଧିକାରୀଙ୍କ ତାଲିକା ମାଗିଲା କେନ୍ଦ୍ର

ନୂଆଦିଲ୍ଲୀ, ୦୭/୦୬(ଗ୍ରାଉଣ୍ଡଜିରୋଲାଇଭ୍): ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ଥିବା ଚାଷୀଙ୍କ ତାଲିକା ରାଜ୍ୟକୁ ମାଗିଛନ୍ତି କେନ୍ଦ୍ର ସରକାର । ଏହାଦ୍ୱରା ଦ୍ୱିତୀୟ ପର‌୍ୟ୍ୟାୟ ହିତାଧିକାରୀଙ୍କୁ ଟଙ୍କାର ସହାୟତା ମିଳିବ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ୧୨ ଲକ୍ଷ ଚାଷୀଙ୍କ ତାଲିକା ଦେଇଛନ୍ତି । ପ୍ରଥମ ପର‌୍ୟ୍ୟାୟରେ ମୋଟ ୩୬ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳି ସହାୟତା । ଦ୍ୱିତୀୟ ପର‌୍ୟ୍ୟାୟରେ ଜୁଲାଇ ୩୧ ସୁଦ୍ଧା ଓକିଲ, ଚାକିରିଆ ଓ ରାଜନେତାଙ୍କୁ ବାଦ ଦେଇ ତାଲିକା ଦେବାପାଇଁ କେନ୍ଦ୍ର ସରକାର କହିଛନ୍ତି । ଶେଷ ତାଲିକା ପ୍ରସ୍ତୁତ କରି ଖୁବ୍ ଶୀଘ୍ର ଏହା କେନ୍ଦ୍ର ନିକଟକୁ ପଠାଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବଡ ଚାଷୀଙ୍କୁ ସାମିଲ କରାଯାଇ ନାହିଁ । ଅପରପକ୍ଷେ କେନ୍ଦ୍ର ସରକାରଙ୍କୁ ତୁରନ୍ତ ଚାଷୀଙ୍କ ତାଲିକା ଦେବାପାଇଁ ବିଜେପି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ।

Leave a Reply

Your email address will not be published. Required fields are marked *