ରାହୁଲ ଗାନ୍ଧୀ ହେବେନି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ, ବଦଳିଲା ରଣନୀତି

ନୂଆଦିଲ୍ଲୀ,୨୫/୦୭(ଗ୍ରାଉଣ୍ଡଜିରୋ ଲାଇଭ) :
୦୧୯ ଲୋକସଭା ନିର୍ବଚନ ପୂର୍ବରୁ କଂଗ୍ରେସ ରାହୁଲ ଗାନ୍ଧୀଙ୍କୁ ୟୁପିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ କଂଗ୍ରେସକୁ ଅନ୍ୟ ଦଳମାନେ ସମର୍ଥନ ଦେଇ ନାହାଁନ୍ତି । ଏହାକୁ ନଜରରେ ରଖି କଂଗ୍ରେସ ଏବେ ଅନ୍ୟ ଦଳଗୁଡିକ ସହ ବୁଝାମଣା ପାଇଁ ମନ ବଳାଉଥିବା ସୂଚନା ମିଳିଛି । କଂଗ୍ରେସ କହିଛି କି , ସେ ବିପକ୍ଷର ଯେ କୌଣସି ନେତାକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ପ୍ରସ୍ତୁତ, ଯାହାକୁ ଆରଏସଏସ ସମର୍ଥନ କରୁନଥିବ ।
ସେପଟେ ବିପକ୍ଷ ଦଳଗୁଡିକ ଜଣେ ମହିଳାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ବିଚାର କରୁଥିବା ସୂଚନା ମିଳିଛି । ଏହି ଦୌଡରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିଏସପିର ପ୍ରମୁଖ ମାୟାବତୀ ସବୁଠାରୁ ଆଗରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *