ଆମେ ପେଟ୍ରୋଲରେ ଲଗାଇବୁ ଜିଏସଟି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୦୬/୦୭(ଗ୍ରାଉଣ୍ଡଜିରୋ ଲାଇଭ) : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଜିଏସଟିକୁ ନେଇ ଚର୍ଚ୍ଚା କରିଛନ୍ତି । ଏଥରର ଚର୍ଚ୍ଚା ଜିଏସଟି ସହିତ ପେଟ୍ରୋଲର ଦର ବୃଦ୍ଧିକୁ ନେଇ । ଦୁଇଦୁଇଟି ପ୍ରସଙ୍ଗକୁ ନେଇ ରାଜନୀତିରେ କଂଗ୍ରେସର ଫେରିବା ବାଟକୁ ସଂଯୋଗ କରିବାକୁ ଚେଷ୍ଟା କରିଛନ୍ତି ରାହୁଲ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ କହିବା ଅନୁଯାୟୀ ଜିଏସଟି ପାଇଁ ସାଧାରଣ ଲୋକଙ୍କୁ ଦରବୃଦ୍ଧିର ସାମ୍ନା କରିବାକୁ ପଡୁଛି ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କର କ୍ଷତି ହେଉଛି । ଏହା ସହ ସେ କହିଛନ୍ତି ଯେ, କଂଗ୍ରେସର ନୀତି ଆରମ୍ଭରୁ ସମ୍ପୂର୍ଣ୍ଣ ଭାବରେ ସ୍ୱଚ୍ଛ । ଯଦି ଆମର ସରକାର ଗଠନ ହେଲା, ଆମେ ଜିଏସଟିକୁ ବଦଳାଇବୁ । ଭାରତରେ ଗୋଟିକ କର ହିଁ ଲାଗୁହେବ । ସାଧାରଣ ଲୋକମାନେ ଯେଉଁ ଜିନିଷଗୁଡିକୁ ଅଧିକ ପରିମାଣରେ ବ୍ୟବହାର କରନ୍ତି, ସେଗୁଡିକୁ ଆମେ ଜିଏସଟି ପରିସରରୁ ବାହାର କରିବୁ । ପେଟ୍ରୋଲ- ଡିଜେଲକୁ ଜିଏସଟି ପରିସରଭୁକ୍ତ କରାଯିବ ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି ।

Leave a Reply

Your email address will not be published. Required fields are marked *