ଗ୍ୟାସ ଟ୍ରକ୍‌ ଧକ୍କାରେ ଓଲଟିଲା ଆମ୍ବୁଲାନ୍ସ, ୪ ଗୁରୁତର

ଭଦ୍ରକ,୨/୧୧(ଗ୍ରାଉଣ୍ଡଜିରୋ ଲାଇଭ) :
ଦ୍ରକ ଜିଲା ଧାମନଗର ଥାନା ଓ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଚିଙ୍ଗୁଡ଼ିପୁର କେନାଲ ଛକଠାରେ ଆଜି ପୂର୍ବାହ୍ନରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆମ୍ବୁଲାନ୍ସଟି ରୋଗୀ ନେଇ ବାଲେଶ୍ୱରରୁ କଟକ ଯାଉଥିବା ବେଳେ ଏକ ଗ୍ୟାସ ଗାଡ଼ି ସହ ଧକ୍କା ହୋଇ ଓଲଟି ପଡ଼ିଥିଲା । ଫଳରେ ରୋଗୀଙ୍କ ସହ ୪ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଭଦ୍ରକ ସରକାରୀ ଚିକିତ୍ସାଳୟକୁ ପଠାଇଛନ୍ତି । ଧକ୍କା ହେବା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ି ଛି। ଘଟଣାସ୍ଥଳରେ ଧାମନଗର ପୋଲିସ ପହଞ୍ଚି ନ ଥିବା ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

Leave a Reply

Your email address will not be published. Required fields are marked *