ଆଜିଠୁ ପଞ୍ଚୁକ, ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଭିଡ

ପୁରୀ,୧୯/୧୧(ଗ୍ରାଉଣ୍ଡଜିରୋ ଲାଇଭ):

ଆଜିଠୁ ଆରମ୍ଭ ହୋଇଛି ପଞ୍ଚୁକ । ପଞ୍ଚୁକ ବ୍ରତ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଛି । ଆଜି ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ ଦେଖିବା ପାଇଁ ମଧ୍ୟ ହଜାର ହଜାର ଭକ୍ତ ପହଞ୍ଚିଛନ୍ତି । ପଞ୍ଚୁକ ୫ଦିନରେ ଦାରୁବିଗ୍ରହ ୫ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି,ପଞ୍ଚୁକର ପ୍ରଥମ ଦିନରେ ମହାପ୍ରଭୁଙ୍କ ଏହି ଲକ୍ଷ୍ମୀନାରାୟଣ ବେଶ ହୋଇଥାଏ । ଏହି ବେଶ ଦେଖିବା ପାଇଁ ଶ୍ରୀମନ୍ଦିର ଶ୍ରଦ୍ଧାଳୁ ଏବଂ ହବିଷିଆଳିଙ୍କ ଭିଡ ଲାଗି ରହିଛି ।୨୦ତାରିଖରୁ ବାଙ୍କଚୂଡ ବେଶ, ୨୧ରେ ତ୍ରିବିକ୍ରମ ବେଶ, ୨୨ରେ ଲକ୍ଷ୍ମୀ ନୃଶଂହ ବେଶ ଏବଂ ୨୩ କାର୍ତ୍ତିକପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ। । ସେପଟେ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ସାଙ୍ଗକୁ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି ।  ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ୧୬ ପ୍ଲାଟୁନ୍‌ ପୋଲିସ୍‌ ମୃତୟନ କରାଯାଇଛି ।

ଆଜି ପଞ୍ଚୁକର ଏକମାତ୍ର ସୋମବାର ହେତୁ ବିଭିନ୍ନ ଶିବ ମନ୍ଦିରଗୁଡିକରେ ମଧ୍ୟ ଭକ୍ତଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଛି । ରାଜଧାନୀ ଭୁବନେଶ୍ୱରରେ ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଭକ୍ତଙ୍କ ଭିଡ ଲାଗିଛି ।

Leave a Reply

Your email address will not be published. Required fields are marked *