କୋଭିଡ-19 ଲକଡାଉନ ଅବଧି ବୃଦ୍ଧି ସମସ୍ତ ପାସେଞ୍ଜର ଟ୍ରେନ ସେବା ମେ’ 3 ଯାଏଁ ବାତିଲ

ନିଉଦିଲ୍ଲୀ, 14 ଏପ୍ରିଲ; କରୋନା ସଂକ୍ରମଣ (କୋଭିଡ-19)କୁ ରୋକିବା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନକୁ ଆସନ୍ତା ମେ ତିନି ତାରିଖ…

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ 5.29 କୋଟି ହିତାଧିକାରୀଙ୍କୁ ମାଗଣା ଖାଦ୍ୟ ଶସ୍ୟ ଯୋଗାଇ ଦିଆଯାଇଛି

ନିଉଦିଲ୍ଲୀ, 13 ଏପ୍ରିଲ: କାରୋନା ମାହାମାରୀ ଲାଗି ଘୋଷିତ ଲକଡାଉନ ଯୋଗୁଁ ସମାଜର କୌଣସି ବ୍ୟକ୍ତି ଯେପରି ମୌଳିକ ଆବଶ୍ୟକତାରୁ ବଞ୍ଚିତ…

ସ୍ପିଡ ପୋଷ୍ଟ ଜରିଆରେ ଔଷଧ ଯୋଗାଣ

ନିଉଦିଲ୍ଲୀ, 13 ଏପ୍ରିଲ: ଲକଡାଉନ ସମୟରେ ସ୍ପିଡ ପୋଷ୍ଟ ଜରିଆରେ ଔଷଧ ଯୋଗାଣ ସୁନିଶ୍ଚିତ କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବା…

ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ସମେତ ଆୟୋଗର ଅନ୍ୟ ଦୁଇ ସଦସ୍ୟ ଏକ ବର୍ଷ ପାଇଁ 30% କମ ବେତନ ନେବେ

ନିଉଦିଲ୍ଲୀ, 13 ଏପ୍ରିଲ: ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ଆୟୋଗର ଅନ୍ୟ ଦୁଇ ସଦସ୍ୟ କରୋନା ମୁକାବିଲା ପାଇଁ ପାଣ୍ଠି ଯୋଗାଣରେ ସହାୟତା କରିବାକୁ ଆଗେଇ ଆସିଛନ୍ତି । ସେମାନେ ନିର୍ବାଚନ ଆୟୋଗରୁ ଯେଉଁ ବେତନ ପାଉଛନ୍ତି ସେଥିରୁ ମୂଳ ଦରମାର 30 ପ୍ରତିଶତ ସ୍ୱେଚ୍ଛାକୃତ ଭାବେ ଏକ ବର୍ଷ ପାଇଁ କରୋନା ସହାୟତା ପାଣ୍ଠିକୁ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଆରୋରା ତଥା ଦୁଇ ନିର୍ବାଚନ ଆୟୁକ୍ତ ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ରଙ୍କ ବେତନରୁ 2020 ଏପ୍ରିଲ ପହିଲାରୁ ଏହି ଅର୍ଥ କଟାଯିବ । ଏବେ କେନ୍ଦ୍ର ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥିପାଇଁ ବିପୁଳ ଅର୍ଥର ଆବଶ୍ୟକତା ରହିଛି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ଯୋଗାଣ ଆରମ୍ଭ ହୋଇଛି । ରାଜକୋଷ ଉପରେ ଚାପ ହ୍ରାସ କରିବାକୁ ବେତନ କ୍ଷେତ୍ରରେ ଦରମା କାଟ ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି । ଏହି ମହତ ଉଦ୍ଦେଶ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟ ନିର୍ବାଚନ ଆୟୁକ୍ତ ଓ ତାଙ୍କର ଦୁଇ ସହଯୋଗୀ ନିଜର ବେତନ କାଟ ପାଇଁ ସ୍ୱେଚ୍ଛାକୃତ ନିଷ୍ପତ୍ତି ନେଇ ନିର୍ବାଚନ ଆୟୋଗକୁ ତାହା କାର୍ଯ୍ୟକାରୀ କରିବାକୁ ଅବଗତ କରିଛନ୍ତି ।

କୋଭିଡ-19 ମୁକାବିଲାରେ ଭାରତର ନେତୃତ୍ୱ ନେଉଛନ୍ତି ପ୍ରଧାନମନ୍ତ୍ରୀ

ନିଉଦିଲ୍ଲୀ, 13  ଏପ୍ରିଲ: ଭାରତର କୋଭିଡ-19 ମୁକାବିଲାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଅଂଶୀଦାରଙ୍କ ସହିତ ଆଲୋଚନା ଜାରି ରଖିଛନ୍ତି…

14 ଏପ୍ରିଲ 2020 ସକାଳ 10ଟାରେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନିଉଦିଲ୍ଲୀ, 13  ଏପ୍ରିଲ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଏପ୍ରିଲ 2020ରେ ସକାଳ 10ଟା ବେଳେ ରାଷ୍ଟ୍ରକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ଟ୍ୱିଟ ଜରିଆରେ କହିଛନ୍ତି, “ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 14 ଏପ୍ରିଲ 2020ରେ ସକାଳ 10ଟା ବେଳେ ରାଷ୍ଟ୍ରକୁ ସମ୍ବୋଧିତ କରିବେ ।” Prime Minister @narendramodi will address the nation at 10 AM on…

ଭିଏତନାମ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

ନିଉଦିଲ୍ଲୀ, 13  ଏପ୍ରିଲ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଏତନାମ ପ୍ରଧାନମନ୍ତ୍ରୀ ମହାମହୀମ ନୁୟେନ ସୁଆନ ଫୁକଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି । ଦୁଇ ନେତା କୋଭିଡ-19 ମହାମାରୀ ଯୋଗୁ ସୃଷ୍ଟି ହୋଇଥିବା ପରିସ୍ଥିତି ଏବଂ ତତଜନିତ ନିଆଯାଇଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ । କୋଭିଡ-19ର ମୁକାବିଲା ଲାଗି ଦ୍ୱିପାକ୍ଷିକ ସହଯୋଗ ଓ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ଯୋଗାଣ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଉଭୟ ନିଜ ନିଜ ରାଷ୍ଟ୍ରରେ ରହିଥିବା ଅପରପକ୍ଷର ନାଗରିକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାଲାଗି ପ୍ରତିବଦ୍ଧତା ପ୍ରକଟ କରିଥିଲେ । ଉଭୟ ନେତା ଭାରତ ଏବଂ ଭିଏତନାମ ମଧ୍ୟରେ ରଣନୀତିକ ସହଭାଗିତାର ଗୁରୁତ୍ୱ ଏବଂ ବିଭିନ୍ନ କ୍ଷେତ୍ରରେ ବୃଦ୍ଧି ପାଇଥିବା ସହଯୋଗକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ବିଭିନ୍ନ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ପ୍ରସଙ୍ଗ ଉପରେ ମଧ୍ୟ ଚର୍ଚ୍ଚା କରିଥିଲେ । ଆଗାମୀ ଦିନରେ କରୋନା ମହାମାରୀର ମୁକାବିଲା ଲାଗି ଉଭୟ ରାଷ୍ଟ୍ରର ବୈଷୟିକ ଟିମ ଯୋଗାଯୋଗରେ ରହି ମିଳିତ ପ୍ରୟାସ ଜାରି ରଖିବେ ବୋଲି ଉଭୟ ନେତା ଏକମତ ହୋଇଥିଲେ । ସାଂପ୍ରତିକ ପରିସ୍ଥିତିରେ ଭିଏତନାମର ଜନସାଧାରଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ନେଇ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ ।

ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନିଉଦିଲ୍ଲୀ, 13  ଏପ୍ରିଲ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଓଡିଆ ନୂଆ ବର୍ଷ ଏବଂ ମହା ବିଷୁବ ସଂକ୍ରାନ୍ତି ଅବସରରେ…

ଇଷ୍ଟର ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଛା

ନିଉଦିଲ୍ଲୀ, 12 ଏପ୍ରିଲ: ଇଷ୍ଟର ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “ଇଷ୍ଟରର ସ୍ୱତନ୍ତ୍ର ଅବସରରେ ସମସ୍ତଙ୍କୁ ଅଭିନନ୍ଦନ । ଆଜି ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମହାନ ଚିନ୍ତା ଓ ବାଣୀକୁ ସ୍ମରଣ କରୁଛୁ । ଗରିବ  ଓ ଅସହାୟଙ୍କ ସଶକ୍ତିକରଣରେ ତାଙ୍କର ବିଶେଷ ଭୂମିକା ଥିଲା । ଏହି ପବିତ୍ର ଇଷ୍ଟର କୋଭିଡ-19 ମହାମାରୀରୁ ମୁକ୍ତି ପାଇବା ତଥା ଏକ ସୁସ୍ଥ ଓ ସମୃଦ୍ଧ ବିଶ୍ୱ ଗଠନ ପାଇଁ  ଆମକୁ ଶକ୍ତି ପ୍ରଦାନ କରୁ ।”

ଆଇଜିଏଚ୍‌ ଏବଂ ଭିମ୍‌ସାର୍‌ କୁ ମିଳିଲା କୋଭିଡ୍ ପରୀକ୍ଷଣ ଅନୁମତି

ଭୁବନେଶ୍ୱର, 12 ଏପ୍ରିଲ: ଓଡ଼ିଶାର ଆଉ ଦୁଇଟି ଅନୁଷ୍ଠାନକୁ କୋଭିଡ୍-୧୯ ପରୀକ୍ଷଣର ଅନୁମତି ମିଳିଛି। ବୁର୍ଲାର ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ…