ପୁରୀରେ ନବୀନଙ୍କ ଗାଡିକୁ ଟମାଟୋ ମାଡ

ପୁରୀ,୦୬/୦୭(ଗ୍ରାଉଣ୍ଡଜିରୋ ଲାଇଭ) : ପୁରୀରେ ରଥଯାତ୍ରା ପାଇଁ ହେବାକୁ ଥିବା ସମନ୍ୱୟ ବୈଠକରେ ଯୋଗ ଦେବାକୁ ଯାଉଥବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନେକ ସ୍ଥାନରେ ପ୍ରତିବାଦ କରାଯାଇଥିଲା । ଆରଟିଓ ଅଫିସ ନିକଟରେ ତାଙ୍କ ଗାଡି ଉପରକୁ ଟମାଟୋ ମାଡ କରାଯାଇଥିବା ବେଳେ, କଂଗ୍ରେସ ପକ୍ଷରୁ କଳା ପତାକା ପ୍ରଦର୍ଶନ ହୋଇଥିଲା ।
ନବୀନଙ୍କ ଏହି ଗ୍ରସ୍ତକୁ କେତେକ ସଂଗଠନ ମଧ୍ୟ ବିରୋଧ କରିବାର ଦେଖିବାକୁ ମିଳିଥିଲା । ନବୀନଙ୍କ ଗ୍ରସ୍ତକୁ ନେଇ ଜଗନ୍ନାଥ ସେନା ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ପୋଲିସ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କୁ ଅଟକ ରଖିଛି । ଲୁଲୁ ସେନା ପକ୍ଷରୁ ମଧ୍ୟ ବିରୋଧ କରାଯାଇଥିବା ବେଳେ ପୋଲିିସ ସେମାନଙ୍କୁ ମଧ୍ୟ ଅଟକ ରଖିଛି ।

Leave a Reply

Your email address will not be published. Required fields are marked *