ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ

ଭୁବନେଶ୍ୱର,04 ଏପ୍ରିଲ:

ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି । ଏଥର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମ ଓଡ଼ିଶାର ବାସିନ୍ଦା । ରାଜ୍ୟର ୨୧ ନମ୍ବର କରୋନା ଆକ୍ରାନ୍ତ ବ୍ୟକ୍ତି କଳାହାଣ୍ଡି ଜିଲ୍ଲା ନିବାସୀ । ଏହି ୨୯ ବର୍ଷିଅ ଯୁବକଙ୍କ ସ୍ୱାବ ନମୁନା ପଜିଟିଭ ଚିହ୍ନଟ ହୋଇଛି । ସଂପୃକ୍ତ ଯୁବକ  କିଛି ଦିନ ପୂର୍ବରୁ ବାହାରିନରୁ ଫେରିଥିଲେ । ତାଙ୍କଠାରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇ ନ ଥିବା ସୂଚନା ରହିଛି।ରାଜ୍ୟରେ ଏପର୍ଯ୍ୟନ୍ତ ୧୬୨୯ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ପଜିଟିଭ ସଂଖ୍ୟା ହେଉଛି ୨୧ । ଆଜି ଆରଏମଆରସିରେ ୨୨୩ଟି, ଏମ୍ସରେ ୩୮ଟି ଓ ଏସ୍‌ସିବିରେ ୪୩ଟି ନମୁନା ପରୀକ୍ଷା କରାଯାଇଥିଲା ।

Leave a Reply

Your email address will not be published. Required fields are marked *