ଓଡିଆ ଆଇପିଏସ୍ ହେଲେ ତାମିଲନାଡୁର ଡିଜି

ଚେନ୍ନାଇ, ୨୯/୦୬(ଗ୍ରାଇଣ୍ଡଜିରୋଲାଇଭ):
ଓଡିଆ ଆଇପିଏସ୍ ଜଳଦ କୁମାର ତ୍ରିପାଠୀ ହେଲେ ତାମିଲନାଡୁର ପୋଲିସ ଡିଜି । ତାମିଲନାଡୁର ମହାନିର୍ଦ୍ଦେଶକ ଭାବେ ଆଜି ତାଙ୍କୁ ନିଯୁକ୍ତି ଦିଆଯାଇଛି । କେବଳ ପୋଲିସ ନୁହେଁ, ପୋଲିସ ଫୋର୍ସର ମୁଖ୍ୟ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇବେ । ପୂର୍ବରୁ ଏହି ପଦରେ ଟି.କେ ରାଜେନ୍ଦ୍ରନ୍ ଥିଲେ, ଏବେ ଏହି ପଦବୀ ପାଇଁ ଜେ.କେ ତ୍ରିପାଠୀଙ୍କୁ ନିଯୁକ୍ତି ଦିଆଯାଇଛି । ଆସନ୍ତା ଜୁଲାଇ ୧ରୁ ଦାୟିତ୍ୱ ଭାର ଗ୍ରହଣ କରିବେ ଆଇପିଏସ୍ ଅଧିକାରୀ ଜେ.କେ. ତ୍ରିପାଠୀ । ଶ୍ରୀ ତ୍ରିପାଠୀ ପୂର୍ବରୁ ଚେନ୍ନାଇର ପୁଲିସ କମିସନର ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।

Leave a Reply

Your email address will not be published. Required fields are marked *