ବାଇକ୍ ଚଳାଚଳ ପ୍ରସଙ୍ଗରେ ହାଇକୋର୍ଟଙ୍କ ସାନି ନିର୍ଦ୍ଦେଶ;

କଟକ, 10 ଏପ୍ରିଲ :

ଲକ୍ ଡାଉନ ସମୟରେ ହୋଇଥିବା ଗାଡି ସିଜ୍ ଉପରେ ଆଜି ହାଇକୋର୍ଟ ଦେଇଥିବା ରାୟରେ ପରିବର୍ତନ କରିଛନ୍ତି । ତେବେ ହାଇକୋର୍ଟ ଦେଇଥିବା ରାୟକୁ ଆଜି ପରିବର୍ତନ କରି ହାଇକୋର୍ଟ ନୂଆ ରାୟ ଶୁଣାଇଛନ୍ତି । ନୂଆ ରାୟ ଅନୁସାରେ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବାଇକରେ ଯିବାକୁ ଅମୁମତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୩ ଥର ଅଣ୍ଡରଟେକିଂ ଦେଇ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମ ଗାଡି ନେଇପାରିବେ ବୋଲି ସୂଚନା ମିଳିଛି । ଗାଡି ଚଳାଚଳ ଉପରେ ନିଶେଧାଦେଶ ସଂପୂର୍ଣ୍ଣ ହଟାଯାଇନି ବୋଲି କୋର୍ଟ କହିଛନ୍ତି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ଛାଡିଦେଲେ ଅନ୍ୟମାନଙ୍କ ଉପରେ ପୂର୍ବଭଳି ଲକ ଡାଉନ ନିର୍ଦ୍ଦେଶ ଲାଗୁ ରହିବ ବୋଲି ସୂଚନା ମିଳିଛି । ତେବେ କାଲି ଅଣ୍ଡରଟେକିଂ ଲେଖି ନେଇ ଜବତ ଗାଡି ଛାଡିବାକୁ ରାୟ ଦେଇଥିଲେ କୋର୍ଟ । ଗତକାଲି ହାଇକୋର୍ଟ ଦେଇଥିବା ରାୟର ପୁନର୍ବିଚାର ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ୍ ଏବଂ ଅତିରିକ୍ତ ଆଡଭୋକେଟ ଜେନେରାଲ୍ ଡି. କେ. ମହାନ୍ତି ଆବେଦନ କରିଥିଲେ। ଏହାର ବିଚାର କରି କୋର୍ଟ ଗତକାଲିର ରାୟରେ ସଂଶୋଧନ ଆଣିଛନ୍ତି। ଏନେଇ ଶୁଣାଣିବେଳେ ସରକାରଙ୍କ ପକ୍ଷରୁ ଏଜି ଯୁକ୍ତି ଉପସ୍ଥାପନ କରିଥିଲେ ଯେ, କଟକ ଏବଂ ଭୁବନେଶ୍ୱରରେ ଭେଣ୍ଡିଂ ଜୋନ୍ କରାଯାଇ ଗ୍ରୋସରୀ, କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଖରେ ପହଞ୍ଚାଯାଉଛି ଏଣୁ ଗତକାଲିର ରାୟରେ ସଂଶୋଧନ ଆଣିବାକୁ ପ୍ରାର୍ଥନା କରାଯାଇଥିଲା।

Leave a Reply

Your email address will not be published. Required fields are marked *