ନୂଆ ଦଳ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ

ଭୁବନେଶ୍ୱର, ୨୧।୧(ଗ୍ରାଉଣ୍ଡଜିରୋ ଲାଇଭ):

ଓଡ଼ିଶା ରାଜନୀତିରେ ଜନ୍ମ ନେଇଛି ନୂଆ ସାମ୍ମୁଖ୍ୟ। ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଓ ଖାରବେଳ ସ୍ବାଇଁଙ୍କ ଉତ୍କଳ ଭାରତ ମିଳିତ ଭାବେ ଓଡ଼ିଶା ଗଣତାନ୍ତ୍ରିକ ସାମ୍ମୁଖ୍ୟ ଗଠନ କରିବାକୁ ଘୋଷଣା କରିଛନ୍ତି। ସୋମବାର ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଦୁଇ ନେତା ସୂଚନା ଦେଇଛନ୍ତି। ବ୍ରଜ ଓ ଖାରବେଳ କହିଛନ୍ତି ଯେ, ୨୦୧୯ରେ ବିଜେଡିକୁ କ୍ଷମତାରୁ ଗାଦିଚ୍ୟୁତ କରିବା ଏହି ସାମ୍ମୁଖ୍ୟର ଲକ୍ଷ୍ୟ ହେବ। ବିଜେଡି ଓଡ଼ିଶାକୁ ଦରିଦ୍ର କରିଛି। ବିଭିନ୍ନ କ୍ଷେତ୍ରରେ ମାନବୃଦ୍ଧି  ଉପରେ ସରକାର ଗୁରୁତ୍ୱ ଦେଉ ନାହାନ୍ତି। ଫଳରେ ଲୋକେ ବାହାର ରାଜ୍ୟକୁ ଦାଦନ ଶ୍ରମିକ ଭାବେ ଖଟିବାକୁ ଯାଉଛନ୍ତି। କୃଷିକ୍ଷେତ୍ର ମଧ୍ୟ ଅବହେଳିତ ହୋଇ ରହିଛି। ରାଜ୍ୟର ସମସ୍ତ ବିଜେଡି ବିରୋଧୀ ଶକ୍ତି ଗଣତାନ୍ତ୍ରିକ ସାମ୍ମୁଖରେ ଯୋଗେଦେବାକୁ ବ୍ରଜ ଓ ଖାରବେଳ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *