ଅବସର ଘୋଷଣା କଲେ ପ୍ରଜ୍ଞାନ ଓଝା

କ୍ରିକେଟର ସମସ୍ତ ପ୍ରକାରର ଫର୍ମାଟରୁ ଅବସର ଘୋଷଣା କରିଛନ୍ତି  ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝା । ହାଇଦ୍ରାବାଦ କ୍ରିକେଟ ଆସୋସିଏସନ ପାଇଁ 14 ବର୍ଷ ଧରି କ୍ରିକେଟ ଖେଳିଥିଲେ ପ୍ରଜ୍ଞାନ । ଭିଭିଏସ ଲକ୍ଷ୍ମଣ, ଭେଙ୍କଟପତି ରାଜୁ ଓ ମହେନ୍ଦ୍ର ସିଂ ଧୋନିଙ୍କୁ କୃତଜ୍ଞତା ଜଣାଇଲେ ପ୍ରଜ୍ଞାନ ।

ଆନ୍ତର୍ଜାତିୟ କ୍ରିକେଟରେ ଭାରତ ପାଇଁ 24ଟି ଟେଷ୍ଟ ମ୍ୟାଚ ଖେଳି 113ଟି ୱିକେଟ ଅକ୍ତିଆର କରିଥିବା ବେଳେ 18 ଟି ଦିନିକିଆ ମ୍ୟାଚ ଖେଳି 21 ଟି ୱିକେଟ ଅକ୍ତିଆର କରିଛନ୍ତି ପ୍ରଜ୍ଞାନ । ସେହିପରି ଆଇପିଏଲରେ ମଧ୍ୟ ଜବରଦସ୍ତ ପ୍ରଦର୍ଶନ କରି 92ଟି ଆଇପିଏଲ ମ୍ୟାଚରୁ 89ଟି ୱିକେଟ ଅକ୍ତିଆର କରିଛନ୍ତି ପ୍ରଜ୍ଞାନ । ଆଇପିଏଲ ଦଳ ଡେକାନ ଚାର୍ଜସ ଓ ମୁମ୍ୱାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ ପ୍ରଜ୍ଞାନ । ଇଂଲଣ୍ଡର କାଉଣ୍ଟି କ୍ଲବ ସରେ ପାଇଁ ମଧ୍ୟ ଖେଳିଥିଲେ ପ୍ରଜ୍ଞାନ । ଅବସର ଘୋଷଣା ନେଇ ଟ୍ୱିଟର ମାଧ୍ୟମରେ ଟ୍ୱିଟ କରି ଦେଲେ ସୂଚନା ।

Leave a Reply

Your email address will not be published. Required fields are marked *