ଦୂତିଙ୍କୁ ଦେଢକୋଟି ଟଙ୍କା ପୁରସ୍କାର ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୭/୦୮(ଗ୍ରାଉଣ୍ଡଜିରୋ ଲାଇଭ) :

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଓଡିଆ ଧାବିକା ଦୂତି ଚାନ୍ଦଙ୍କୁ ଦେଢ କୋଟି ଟଙ୍କାର ପୁରସ୍କାର ଦେବା ପାଇଁ ଘୋଷଣା କରିଛନ୍ତି । ଚଳିତବର୍ଷର ୧୮ତମ ଏସିଆଡରେ ଓଡିଆ ଆଥଲେଟ ଦୂତି ଚାନ୍ଦ ୧୦୦ମିଟର ଦୌଡରେ ରୌପ୍ୟ ପଦକ ଜିତି ଏୈତିହାସିକ ସଫଳତା ହାସଲ କରିଥିବା ବେଳେ, ଫାଇନାଲରେ ୭ନଂ ଲେନରେ ଦୌଡୁଥିବା ଦୂତି ନିର୍ଦ୍ଧାରିତ ଦୂରତାକୁ ୧୧.୩୨ସେକେଣ୍ଡରେ ଅତିକ୍ରମ କରିଥିଲେ । ଏସିଆଡରେ ଇତିହାସ ରଚିଥିବା ଦୂତିଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେଥିମଧ୍ୟରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ଗଣେଶୀ ଲାଲ ପ୍ରମୁଖ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଦୂତୀଙ୍କ ସଫଳତା ପାଇଁ ଓଡିଶା ଆଥଲେଟିକ୍ସ ଆସୋସିଏସନ୍ ଓ ଓଡିଶା ଅଲମ୍ପିକ୍ସ ସଂଘ ପ୍ରତ୍ୟେକ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ।

Leave a Reply

Your email address will not be published. Required fields are marked *