ପୁରୀ ଦାୟିତ୍ୱରେ 5 ଆଇଏଏସ ଅଫିସର

ଭୁବନେଶ୍ୱର, 13 ସେପ୍ଟେମ୍ବର (ଗ୍ରାଉଣ୍ଡ ଜିରୋ ଲାଇଭ) :

ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ପରିଚିତ କରାଇବା ପାଇଁ ରାଜ୍ୟ ସରକାର  ଗୁରୁତ୍ୱ ଦେଉଛନ୍ତି । ପୁରୀର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଜିଲ୍ଲା ପ୍ରଶାସନର ସହାୟତା ପାଇଁ ଆଉ 5 ଜଣ ଆଇଏଏସ୍‌ ଅଫିସରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି । 2018 ବ୍ୟାଚ୍‌ର 5 ଶିକ୍ଷାନବୀଶ ଆଇଏଏସ୍‌ ଅଫିସର ସୂର୍ଯ୍ୟବଂଶୀ ମୟୁର ବିକାଶ, କୀର୍ତ୍ତିବାସନ୍‌.ଭି, ଶୁଭଙ୍କର ମହାପାତ୍ର, ଜେ. ସୋନାଲ ଏବଂ ଭୁବନେଶ ଦେବଦାଶ ପାଟିଲଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ଆଜିଠୁ ସେମାନେ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *