ଚନ୍ଦ୍ର ବାବୁ ନାଇଡୁଙ୍କର ବାସଗୃହ ସମେତ ଆଉ ୧୭ଟି ବିଲ୍ଡିଙ୍ଗରେ ଜଗନ ସରକାରଙ୍କ ଚଢଉ

 

ଆନ୍ଧ୍ରପ୍ରଦେଶର, 28/06(ଗ୍ରାଉଣ୍ଡଜିରୋଲାଇଭ):

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ପୁର୍ବ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାୟଡୁଙ୍କ ବିରୋଧରେ ପୁଣିଥରେ ତଦନ୍ତ ଆରମ୍ଭ କରିଦେଇଛନ୍ତି । ଅମରାବତିରେ ନାୟଡୁଙ୍କ ଦ୍ୱାରା ତିଆରି ହୋଇଥିବା ‘ପ୍ରଜାବେଦିକା’ ନାମକ ଏକ ବିଲ୍ଡଂଗକୁ ଭାଂଗିବା ପରେ ଏବେ ନାୟଡୁଙ୍କ ନିଜ ବାସଗୃହ ସମେତ ତାଙ୍କର ଆଉ 17 ଟି ବିଲ୍ଡଂଗକୁ ନୋଟିସ୍ ଜାରି କରିଛନ୍ତି । ସେହି ବିଲ୍ଡଂଗ ଗୁଡିକ ବିନା ସରକାରୀ ଅନୁମୋଦନରେ ତିଆରି ହୋଇଥିବା ଅଭିଯୋଗରେ ନୋଟିସ୍ ଜାରି କରାଯାଇଛି ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ୱାୟିଏସ ଜଗନମୋହନ ରେଡ୍ଡି କୃଷ୍ନାନଦୀ କୂଳରେ ଥିବା ଏନ. ଚନ୍ଦ୍ରବାବୁ ନାୟଡୁଙ୍କ ଏକ ବଡ ବିଲ୍ଡଂଗ ‘ପ୍ରଜାବେଦିକା’କୁ ଭାଙ୍ଗିବା ପାଇଁ ଆଦେଶ ଦେଇଥିଲେ । ଯେଉଁଥିରେ ଆନ୍ଧ୍ରପ୍ରଦେଶ ଉଚ୍ଚନ୍ୟାୟାଳୟ ମଧ୍ୟ ନିଜର ସ୍ୱିକୃତି ପ୍ରକାଶ କରିଥିଲା । ‘ପ୍ରଜାବେଦିକା’ରେ ମୁଖ୍ୟମନ୍ତ୍ରୀ ୱାୟିଏସ ଜଗନମୋହନ ରେଡ୍ଡି ଜିଲ୍ଲା ଅଧିକାରି ଏବଂ ପୋଲିସ୍ ଅଧିକାରିଙ୍କ ସହ ପ୍ରଥମ ବୈଠକ ଶେଷ କରିବାର କିଛି ଘଣ୍ଟାପରେ ଆରମ୍ଭ ହୋଇଯାଇଥିଲା ସେହି ବିଲ୍ଡଂଗକୁ ଭାଙ୍ଗିବା କାର୍ଯ୍ୟ । ସେ ଏହା ମଧ୍ୟ ଘୋଷଣା କରିଥିଲେ ଯେ ତାଙ୍କ ସରକାରରେ ଅନାଧିକୃତ ଭାବେ ଜମି ଅଧିକରଣ ନିତି ଚଳିବ ନାହିଁ ଏବଂ ସେଥିରେ ତିଆରି ସମସ୍ତ ବିଲ୍ଡଂଗକୁ ଭାଂଗିବା ଅଭିଯାନ ସିଏ ଚଲାଇବେ ।

Leave a Reply

Your email address will not be published. Required fields are marked *