ସଲମାନଙ୍କ ଫିଲ୍ମ ଭଳି ୫୦୦ କୋଟିର ବ୍ୟବସାୟ କେହି ପାରିବେ ନାହିଁ : କାଜୋଲ

ମୁମ୍ବାଇ,୨୨/୦୯(ଗ୍ରାଉଣ୍ଡଜିରୋ ଲାଇଭ) :
ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନେତା ଓ ଅଭିନେତ୍ରୀଙ୍କୁ ମିଳୁଥିବା ପାରିଶ୍ରମିକ ମଧ୍ୟରେ  ଅସମାନତା ରହିଆସିଛି । ବିଗତ କିଛି ଦିନରେ ଏହି ବିଷୟରେ ଅନେକ ମତ ପ୍ରକାଶ ପାଇଛି । ବଲିଉଡର DDLJ ଗାର୍ଲ କାଜୋଲ ଏହି ଅସମାନତାକୁ ନେଇ ଏକ କାର୍ଯ୍ୟକ୍ରମରେ ନିଜର ମତ ପ୍ରକାଶ କରିଛନ୍ତି । ଏହି ଅସମାନତା ଉପରେ ଓପନଲି କଥା ହେଇଥିଲେ କାଜୋଲ । ସେ କହିଛନ୍ତି, ମୋତେ ଲାଗୁଛି କି ଏହି ପାରିଶ୍ରମିକ ବକ୍ସ ଅଫିସରେ ଫିଲ୍ମର କଲେକସନ ଉପରେ ନିର୍ଭର କରୁଛି । କିନ୍ତୁ ଏହା ସତ ଯେ ଏଥିରେ ଜେଣ୍ଡର ମଧ୍ୟ ଏକ କାରଣ । ଏହା ସହିତ ସେ ମଧ୍ୟ କହିଥିଲେ କି , କୌଣସି ଅଭିନେତ୍ରୀ ସଲମାନଙ୍କ ଫିଲ୍ମ ଭଳି ୫୦୦ କୋଟିର ବ୍ୟବସାୟ କରିପାରିବେ ନାହିଁ  । ପାରିଶ୍ରମିକ କଥା କହିଲେ ଫିଲ୍ମଟିଏ ବକ୍ସ ଅଫିସରେ କେତେ  ବ୍ୟବସାୟ କରୁଛି, ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କାଜୋଲ କହିଥିଲେ ।

Leave a Reply

Your email address will not be published. Required fields are marked *