କରୋନା ଯୋଗୁ ସମସ୍ତ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ସ୍ଥଗିତ

ନୂଆଦିଲ୍ଲୀ,08 ଏପ୍ରିଲ::
କୋଭିଡ୍‌-୧୯ ମହାମାରୀ ଯୋଗୁ ସମସ୍ତ  ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟ ସ୍ଥଗିତ। ଅନ୍ତର୍ଜାତୀୟ ହକି ମହାସଂଘ (ଏଫଆଇଏଚ୍‌) ଆଗାମୀ ଜୁନ୍ ମାସ ଯାଏ ସମସ୍ତ ଅନ୍ତର୍ଜାତୀୟ ହକି ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିଦେଇଛି। ଜୁନ୍ ମାସ ଭିତରେ ଦୁଇଟି ଏଫଆଇଏଚ୍ ପ୍ରୋ ଲିଗ୍‌, ସିନିୟର୍ ପୁରୁଷ ଟିମ୍‌, ଜୁନିୟର ପୁରୁଷ ଏସିଆ କପ୍ ଏବଂ ମହିଳା ସିନିୟର ଏସିଆନ୍ ଚାମ୍ପିୟନ୍ସ ଆୟୋଜିତ ହେବାର ଥିଲା, ଯେଉଁଥିରେ ଭାରତ ଅଂଶଗ୍ରହଣ କରିଥାନ୍ତା। କିନ୍ତୁ କରୋନାଭାଇରସ୍ ଯୋଗୁ ଏସବୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରାଯାଇଛି।

ହକି ଇଣ୍ଡିଆର ସିଇଓ ରାଜେଶ ରାଜଗୋପାଳନ୍ ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ ସ୍କିମ୍ (ଟପ୍ସ)କୁ ଏକ ଚିଠି ଲେଖି ଏସବୁ ଟୁର୍ଣ୍ଣାମେଣ୍ଟକୁ ସ୍ଥଗିତ କରିବା ନେଇ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *