ଆଜି ନୀତି ଆୟୋଗ ବୈଠକ ,ଯୋଗ ଦେବେ ନାହିଁ ମମତା ଓ କେସି ରାଓ

ନୂଆଦିଲ୍ଲୀ, ୧୫/୦୬(ଗ୍ରାଉଣ୍ଡଜିରୋଲାଇଭ):
ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ନୀତି ଆୟୋଗ ବୈଠକ । ରାଷ୍ଟ୍ରପତି ଭବନରେ ବସିବ ଏହି ବୈଠକ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ଏହା ହେଉଛି ପଂଚମ ନୀତି ଆୟୋଗ ବୈଠକ । ମରୁଡି, ଉନ୍ନତ ମାନର ଚାଷ ଓ ବର୍ଷା ଜଳ ସଂକ୍ଷଣ, କୁ ନେଇ ଏହି ବୈଠକରେ ଆଲୋଚନା କରାଯିବ । ଏଥି ସହ ନକ୍ସଲ ପ୍ରଭାବିତ ଅଂଳରେ ସୁରକ୍ଷା ପାଇଁ ଆଲୋଚନା କରାଯିବ । ଆଜିର ବୈଠକରେ ଓଡିଶାର ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ଦାବି ଉପସ୍ଥାପନା କରିବା ସହ ଫୋନିରେ ହୋଇଥିବା କ୍ଷୟକ୍ଷତିକୁ ନେଇ ଆର୍ଥିକ ସହାୟତା ପାଇଁ ଦାବି ମଧ୍ୟ ଉପସ୍ଥାପନା କରିପାରନ୍ତି । ଓଡିଶା ସମେତ ପ୍ରତ୍ୟେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏଥିରେ ଯୋଗ ଦେଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସି ରାଓ ଏହି ବୈଠକରେ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *