ବଜେଟ୍ ପୂର୍ବରୁ ମନମୋହନ ସିଂହଙ୍କୁ ଭେଟିଲେ ଅର୍ଥମନ୍ତ୍ରୀ ସିତାରମଣ

ନୂଆଦିଲ୍ଲୀ, ୨୭/୦୬(ଗ୍ରାଇଣ୍ଡଜିରୋଲାଇଭ):
ଆଜି ପୁର୍ବତନ ପ୍ରଧାନମନ୍ତ୍ରୀ ଡା. ମନମୋହନ ସିଂହଙ୍କୁ ଭେଟିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ । ସୂଚନା ଅନୁଯାଇ ଏହି ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ଦେଶର ଅର୍ଥ ବ୍ୟବସ୍ଥା ଏବଂ ବଜେଟକୁ ନେଇ ଆଲୋଚନା ହୋଇଛି । ଅର୍ଥମନ୍ତ୍ରୀ ହେବାପରେ ସିତାରମଣ ଜୁଲାଇ୫ରେ ନିଜର ପ୍ରଥମ ବଜେଟ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ତା ପୂର୍ବରୁ ସେ ସବୁ ବିଭାଗର ଦକ୍ଷ ନେତା ମାନଙ୍କୁ ଭେଟବାର ଲାଗିଛନ୍ତି ।
ବଜେଟ୍ ପ୍ରସ୍ତୁତ ପୂର୍ବରୁ ଏହି ଦୁଇନେତାଙ୍କ ସାକ୍ଷାତକାରକୁ ଚୁଡାନ୍ତ ନିଷ୍ପତି ବୋଲି ମାନି ନିଆଯାଇପାରେ । ଗତ ସପ୍ତାହରେ ସିତାରମନ ରାଜ୍ୟର ସମସ୍ତ ଅର୍ଥମନ୍ତ୍ରୀଙ୍କୁ ନେଇ ଏକ ବୈଠକ ବସାଇଥିଲେ । ଯେଉଁଥିରେ’କି ସେ ଦେଶର ଅର୍ଥ ବ୍ୟବସ୍ଥାରେ ବିକାଶ ପାଇଁ ରାଜ୍ୟର ସହଯୋଗ ଲୋଡିଥିଲେ ଏବଂ ସେ ଏହା ମଧ୍ୟ କହିଥିଲେ’କି ଯଦି କେନ୍ଦ୍ର ଓ ରାଜ୍ୟ ମିଳିମିଶି କାର୍ଯ୍ୟ ନକରନ୍ତି ତେବେ ଦେଶର ଅର୍ଥବ୍ୟବସ୍ଥାରେ ସୁଧାର ଆସି ପାରିବ ନାହିଁ । ଏହା ସହ ସିତାରମଣ କୃଷି ଏବଂ ଗ୍ରାମିଣ ବିକାଶ ପ୍ରତିନିଧିମାନଙ୍କୁ ମଧ୍ୟ ଭେଟିଥିଲେ । ତାଙ୍କ ସହ ଆଲୋଚନାରେ କୃଷକ ମାନଙ୍କ ଠାରୁ ଋଣଛାଡ ଏବଂ ଉର୍ବରକ ସାର ଉପରେ ଟ୍ୟାକ୍ସ ଆଦି ଆନକ ବିଷୟରେ ଚର୍ଚ୍ଚା ହୋଇଥିଲା । .

Leave a Reply

Your email address will not be published. Required fields are marked *