ନବବଧୂ ବେଷରେ ଶପଥ ନେଲେ ଟିଏମସି ସାଂସଦ ନୁସରତ ଜାହାନ

ନୂଆଦିଲ୍ଲୀ, ୨୫/୦୬(ଗ୍ରାଇଣ୍ଡଜିରୋଲାଇଭ):
ହାତରେ ଚୁଡି ଓ ମୁଣ୍ଡରେ ସିନ୍ଦୁର ଲଗାଇ ଲୋକସଭାରେ ସାଂସଦ ଭାବେ ଶପଥ ନେଲେ ବେଙ୍ଗଲ ଅଭିନେତ୍ରୀ ନୁସରତ ଜାହାନ ଓ ମିମି ଚକ୍ରବର୍ତ୍ତୀ । ପୂର୍ବରୁ ଲୋକସଭାରେ ନବନିର୍ବାଚିତ ସାଂସଦ ମାନେ ୧୭ରୁ ୧୯ ତରିଖ ପର୍ଯ୍ୟନ୍ତ ଶପଥ ନେଇଥିଲେ । ଟିଏମସି ଟିକେଟରୁ ପ୍ରଥମ ଥର ପାଇଁ ଲୋସଭାକୁ ନିର୍ବାଚିତ ହୋଇଥିଲେ ଏହି ଦୁଇ ଅଭିନେତ୍ରୀ । ନୁସରତ ନିଜର ବାହାଘର ପାଇଁ ତୁର୍କୀ ଯାଇଥିବାରୁ ଶପଥ ନେଇ ପାରିନଥିଲେ । ଏହି ବାହାଘରରେ ଯୋଗଦେବା ପାଇଁ ମିମି ମଧ୍ୟ ତାଙ୍କ ସହ ଯାଇଥିଲେ । ଏହି କାରଣରୁ ଉଭୟ ଶପଥ ଗ୍ରହଣ କରିପାରିନଥିଲେ । ଆଜି ବାଚସ୍ପତି ଓମ୍ ବିର୍ଲା ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ବିବାହ ପରେ ନୁସରତ ଶାଢି, ହାତରେ ମେହେନ୍ଦି,ଚୁଡା ଓ ମଥାରେ ସିନ୍ଦୂର ପିନ୍ଧି ସଂସଦକୁ ଆସିଥିବା ବେଳେ ମିମି ମଧ୍ୟ ସିମ୍ପଲ ସୁଟ୍ରେ ନଜର ଆସିଥିଲେ । ଉଭୟ ଶପଥ ପାଠ ଗ୍ରହଣ କରିସାରିବା ପରେ ବନ୍ଦେ ମାତରମ , ଜୟ ହିନ୍ଦ ଓ ଜୟ ବେଙ୍ଗଲ ନାରା ଦେଇଥିଲେ ।

Leave a Reply

Your email address will not be published. Required fields are marked *