ମାଟ୍ରିକ ପରୀକ୍ଷା ଢାଞ୍ଚାରେ ହେଲା ପରିବର୍ତ୍ତନ

ଭୁବନେଶ୍ୱର, ୩୦/୦୮(ଗ୍ରାଉଣ୍ଡଜିରୋ ଲାଇଭ) :

ମାଟ୍ରିକ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ । ୨୦୨୦ ମାଟ୍ରିକ ପରୀକ୍ଷାରେ OMR ସିଟ୍ ସହିତ ସଂକ୍ଷିପ୍ତ ପ୍ରଶ୍ନୋତ୍ତର ବ୍ୟବସ୍ଥା ରହିବ ନାହିଁ ଏବଂ ପରୀକ୍ଷାର୍ଥୀଙ୍କୁ ୫୦ମାର୍କ ଅବଜେକଟିଭ ଓ ୫୦ମାର୍କ ସବଜେକଟିଭ ପ୍ରଶ୍ନୋତ୍ତର ଦେବାକୁ ପଡିବ । ୨୦୧୯ରେ ମଧ୍ୟ ମାଟ୍ରିକ ପରୀକ୍ଷାରେ ସାମାନ୍ୟ ପରିବର୍ତ୍ତନ କରାଯିବ । ଏହି ପରୀକ୍ଷାରେ ପରୀକ୍ଷାର୍ଥୀଙ୍କୁ ସବଜେକଟିଭରେ ୧୫ ଓ ଅବଜେକଟିଭରେ ୧୫ ପାସ ମାର୍କ ରଖିବାକୁ ପଡିବ । ୩ସେଟ୍ ବଦଳରେ ୪ସେଟ୍ ପ୍ରଶ୍ନପତ୍ର ରହିବ ବୋଲି ଶିକ୍ଷା ବୋର୍ଡ ଅଧ୍ୟକ୍ଷା ଜାହାନାରା ବେଗମ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *