ଜାଭଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ

ଅଷ୍ଟ୍ରେଲିଆ,୧୪/୦୪(ଗ୍ରାଉଣ୍ଡଜିରୋ ଲାଇଭ): ଅଷ୍ଟ୍ରେଲିଆରେ ଚମକିଲେ ଭାରତୀୟ ଖେଳାଳି । ୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡାର ୧୦ମ ଦିନରେ ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ମିଳିଛି । ଏହାକୁ ଲଗାଇ ଆଜିରଦିନରେ ଭାରତକୁ ୫ଟି ସ୍ୱର୍ଣ୍ଣ ପଦକ ମିଳିଛି । ଜାଭଲିନ ଥ୍ରୋରେ ନିରଜ ଚୋପ୍ରା ଭାରତ ପାଇଁ ୨୨ତମ ସ୍ୱର୍ଣ୍ଣ ପଦକ ଆଣି ଦେଇଛନ୍ତି । ନିରଜ ଫାଇନାଲ ରାଉଣ୍ଡରେ ସର୍ବାଧିକ ୮୭.୪୭ ମିଟର ଦୁରତ୍ୱ ପର୍ଯ୍ୟନ୍ତ ଭାଲା ଫିଙ୍ଗି ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମହିଳା ଫ୍ରିଷ୍ଟାଇଲ କୁସ୍ତିର ୬୨ କିଲୋଗ୍ରାମ ବର୍ଗରେ ଭାରତର ସାକ୍ଷୀ ମଲିକଙ୍କୁ ବ୍ରୋଞ୍ଜ ପଦକ ମିଳିଛି । ନ୍ୟୁଜିଲ୍ୟାଣ୍ଡର ଟେଲର ଫୋର୍ଡଙ୍କୁ ୬-୫ ଅନୁପାତରେ ପରାସ୍ତ କରି ସାକ୍ଷୀ କାଂସ୍ୟ ପଦକ ଜିତିଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡା ୨୦୧୮ରେ ବର୍ତ୍ତମାନ ସୁଦ୍ଧା ଭାରତକୁ ୫୦ଟି ପଦକ ମିଳିସାରିଛି ଯେଉଁଥିରେକି ୨୨ଟି ସ୍ୱର୍ଣ୍ଣ, ୧୩ଟି ରୋପ୍ୟ ଓ ୧୪ଟି ବ୍ରୋଞ୍ଜ ପଦକ ସାମିଲ ଅଛି ।

Leave a Reply

Your email address will not be published. Required fields are marked *