ସାମାଜିକ ନ୍ୟାୟ ଓ ଦାରିଦ୍ର୍ୟ ବିରୋଧରେ ଆମକୁ ଲଢ଼ିବାକୁ ପଡ଼ିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫/୦୯(ଗ୍ରାଉଣ୍ଡଜିରୋ ଲାଇଭ): ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀକୁ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଆଜି ରାଜ୍ୟ ସଚିବାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୫ଟି ସବ୍‌ କମିଟି ଗଠନ କରାଯିବା ସହ ଅନେକ କାର୍ଯ୍ୟକ୍ରମ ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ଚଳିତ ବର୍ଷ ଅକ୍ଟୋବର ୨ତାରିଖରୁ ୨୦୨୦ ଅକ୍ଟୋବର ୨ତାରିଖ ପଯ୍ୟନ୍ତ ରାଜ୍ୟବ୍ୟାପି ଦୁଇବର୍ଷ ଗାନ୍ଧୀଜୟନ୍ତୀ ପାଳନ କରାଯିବ। ସେଥିପାଇଁ ଉପକମିଟି ଓ ପ୍ରଶାସନିକ କମିଟି ଗଠନ କରାଯିବ । ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ଅବସରରରେ ପଦଯାତ୍ରା, ସାଇକେଲ ଯାତ୍ରା, ଗଣଦୌଡର ଆୟୋଜନ ନେଇ ନିଷ୍ପତି ନିଆଯାଇଛି ।
ଏହି ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗେ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ସଂସ୍କୃତିକ ମନ୍ତ୍ରୀ ଅଶୋକ ପଣ୍ଡା, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧୀବାଦୀ ଭବାନୀ ଚରଣ ପଟ୍ଟନାୟକ, ମନ୍ତ୍ରିମଣ୍ଡଳର ସଦସ୍ୟ, ରାଜ୍ୟର ସାଂସଦ, ବିଧାୟକ, ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ବିଭାଗର ସଚିବ ଓ ସଚିବ ଏବଂ ବିଶିଷ୍ଟ ଗାନ୍ଧୀବାଦୀ ନେତା, ଲେଖକ, ସାମ୍ବାଦିକ ଓ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ,  ମହାତ୍ମା ଗାନ୍ଧି ସତ୍ୟ, ଅହିଂସା ଉପରେ ଗୁରୁତ୍ବ ଦେଉଥିଲେ ।ସବୁ ବର୍ଗର ବ୍ୟକ୍ତିଙ୍କ ସାମଗ୍ରିକ ବିକାଶକୁ ଗୁରୁତ୍ବ ଦେଉଥିଲେ । ସାମାଜିକ ନ୍ୟାୟ ଓ ଦାରିଦ୍ର୍ୟ ବିରୋଧରେ ଆମକୁ ଲଢ଼ିବାକୁ ପଡ଼ିବ ।ଓଡ଼ିଶାର ଖଦି ଉତ୍ପାଦ ଗାନ୍ଧିଙ୍କୁ  ଯେଉଁ ପ୍ରେରଣା ଦେଇଥିଲା ତାକୁ ଆମେମାନେ ବଜାୟ ରଖବାକୁ ଚେଷ୍ଟା କରିବା ଉଚିତ୍ ।

 

Leave a Reply

Your email address will not be published. Required fields are marked *