ଶପଥ ଉତ୍ସବ ପାଇଁ ମୋଦିଙ୍କୁ ନିମନ୍ତ୍ରଣ କଲେ ନବୀନ

ବାଲେଶ୍ୱର, ୨୪/୪(ଗ୍ରାଉଣ୍ଡଜିରୋ ଲାଇଭ): 

ଆସନ୍ତା ୨୯ରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ରାଜନୈତିକ ଦଳ ଗୁଡିକ ସେମାନଙ୍କ ପ୍ରଚାରକୁ ଜୋରଦାର କରିଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାଲେଶ୍ବରରେ ନିଜ ଦଳର ପ୍ରାର୍ଥୀ ମାନଙ୍କ ପ୍ରଚାର କରିଛନ୍ତି । ଏହି ଅବସରରେ ବାଲେଶ୍ବର ରେମୁଣାରେ ଆୟୋଜିତ ସାଧାରଣ ସଭାରେ ମୋଦିଙ୍କୁ ଆକ୍ଷେପ କରିଛନ୍ତି ନବୀନ । ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗଦେବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ନବୀନ । ସେ କହିଛନ୍ତି ତୃତୀୟ ପର୍ଯ୍ୟାୟ ଭୋଟ୍ ପରେ ରାଜ୍ୟବାସୀଙ୍କ ଆଶୀର୍ବାଦରେ ବିଜେଡି ବହୁମତ ପାଇସାରିଲାଣି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ଓଡିଶାରୁ ବିଜେଡି ସରକାର ଗଲାପରେ ସେ ପୁଣି ଓଡିଶା ଆସିବେ ।

Leave a Reply

Your email address will not be published. Required fields are marked *