ରାଷ୍ଟ୍ରପତିଙ୍କୁ ଭେଟି ଓଡିଶାର ଦୁଃଖ ଜଣାଇଲେ ନବୀନ

ନୂଆଦିଲ୍ଲୀ, ୧୧/୦୬(ଗ୍ରାଉଣ୍ଡଜିରୋଲାଇଭ) :
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ । ଜୁନ୍ ୯ରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଗସ୍ତରେ ଯାଇଥିଲେ । ଆଜି ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ଭେଟିବା ପରେ, ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ ଫୋନି ଦ୍ୱାରା ହୋଇଥିବା କ୍ଷୟକ୍ଷତିକୁ ରାଷ୍ଟ୍ରପତିଙ୍କୁ ଦର୍ଶାଇଥିଲେ ଏବଂ ଫୋନି ପରେ ଓଡିଶା ପାଇଁ ନେଇଥିବା ପଦକ୍ଷପକୁ ମଧ୍ୟ ଜଣାଇଥିଲେ । ଏହି ଆଲୋଚନା ପ୍ରାୟତଃ ୨୦ ମିନିଟ ଧରି ଚାଲିଥିଲା । ଓଡିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ କରିବା ପାଇଁ ମଧ୍ୟ ଦାବି ଉପସ୍ଥାପନା କରିଛନ୍ତି ନବୀନ ।

Leave a Reply

Your email address will not be published. Required fields are marked *