ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଅଭିଯାନ

ଝାରସୁଗୁଡ଼ା, ୧୬/୦୫(ଗ୍ରାଉଣ୍ଡଜିରୋ ଲାଇଭ): ବିଜେଡିର ମହାନଦୀ ମହାସଂଗ୍ରାମର ଦ୍ୱିତୀୟ ପର୍ଯ୍ୟାୟ ଆନ୍ଦୋଳନ ଆରମ୍ଭ । ଝାରସୁଗୁଡା ସୁଖାସୋଡ଼ାରୁ ମହାନଦୀ ସୁରକ୍ଷା ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ଥାନୀୟ ଗ୍ରାମବାସୀଙ୍କ ସହ ଆଲୋଚନା କରି ମହାନଦୀର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁଖାସୋଡ଼ାରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଅଭିଯାନକୁ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯଦି ଓଡ଼ିଶା ବିଜେପିର ଦରଦ ଅଛି ତେବେ ଛତିଶଗଡ କାମକୁ ବନ୍ଦ କରନ୍ତୁ । ଓଡ଼ିଶାର ହକ ପାଇଁ ବିଜେପି ସୁପ୍ରିମକୋର୍ଟ ଯାଇଥିଲା । ମହାନଦୀକୁ ଆମେ ଶୁଖିଲା କରିବାକୁ ଦେବୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ।

Leave a Reply

Your email address will not be published. Required fields are marked *