ମୁମ୍ବାଇରେ ନବୀନ ……….. ଚାଲିଛି ଆଲୋଚନା

ମୁମ୍ବାଇ,୦୮/୦୮(ଗ୍ରାଉଣ୍ଡଜିରୋ ଲାଇଭ) :
 ‘ମେକ୍ ଇନ୍ ଓଡିଶା’ କନକ୍ଲେଭ ପାଇଁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇ ଗ୍ରସ୍ତରେ । ନିବେଶକମାନଙ୍କୁ ଓଡିଶାକୁ ଆଣିବା ଲକ୍ଷରେ ମୁମ୍ବାଇରେ ନବୀନ । ଏହି କନକ୍ଲେଭର ବିଷୟ ରହିିଛି ‘I AM ODISHA’ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁମ୍ବାଇରେ ‘ମେକ୍ ଇନ୍ ଓଡିଶା ରୋଡ୍ ସୋ’ ରେ ନିବେଶକଙ୍କୁ ଉଦବୋଧନ କରିଛନ୍ତି । ପ୍ରଥମ କନକ୍ଲେଭରେ ଆଶାତୀତ ମଫଳତା ମିଳିଥିବା ନେଇ ସୂଚନା ମିଳିଛି । ଏହି କନକ୍ଲେଭରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ, ଉନ୍ନୟନ କମିଶନର ଆର୍ ବାଲାକ୍ରିଷ୍ନନ ଓ ଶିଳ୍ପ ବିଭାଗର ଶାସନ ସଚିବ ସଂଜୀବ ଚୋପ୍ରା ପ୍ରମୁଖ ଯୋଗ ଦେଇଛନ୍ତି ।
ମୁମ୍ବାଇର ପ୍ରଥମ କନକ୍ଲେଭରେ କହିଛନ୍ତି ଯେ, “ଓଡିଶାରେ ନିବେଶକଙ୍କ ପାଇଁ ଅନେକ ସୁବିଧା ରହିଛି ” । ସେଥପାଇଁ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶକଙ୍କୁ ଓଡିଶା ଗ୍ରସ୍ତରେ ଆସିବାକୁ ଆମନ୍ତ୍ରଣ କରିଛନ୍ତି । ପୂର୍ବରୁ ୨୦୧୬ରେ ହୋଇଥିବା ‘ରୋଡ ଶୋ’ ମଧ୍ୟ ଅନେକ ସଫଳତା ଆଣିଥିଲା । ଆସନ୍ତା ନଭେମ୍ବର ୧୧ତାରିଖ ରୁ ୧୫ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ‘ମେକ୍ ଇନ୍ ଓଡିଶାର’ ଦ୍ୱିତୀୟ କନକ୍ଲେଭ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *