ଆଶାକର୍ମୀଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ଆଶା ଦେଲେ ନବୀନ

ଭୁବନେଶ୍ୱର, ୧୦/୦୮(ଗ୍ରାଉଣ୍ଡଜିରୋ ଲାଇଭ) :
ରାଜ୍ୟରେ କାର୍ଯ୍ୟ କରୁଥିବା ଆଶାକର୍ମୀଙ୍କୁ ନୂତନ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆଶାକର୍ମୀମାନଙ୍କୁ ସୁଦୃଢ କରିବା ନେଇ ଆର୍ଥୀକ ସହାୟତା ରାଶିକୁ ଆଉ ୧୦ହଜାର ଟଙ୍କା ବଢାଇଛନ୍ତି । ପୂର୍ବରୁ ସେମାନେ ୧୦ହଜାର ଟଙ୍କା ପାଉଥିବା ବେଳେ, ଏବେ ୨୦ହଜାର ଟଙ୍କା ପାଇବେ । ଆଶାକର୍ମୀଙ୍କ କ୍ଷେତ୍ରରେ ବଡ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ରାଜ୍ୟର ସ୍ୱାସ୍ଥ୍ୟସେବାରେ ଆଶାକର୍ମୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ।” ତେଣୁ ସେମାନଙ୍କୁ ଚପଲ, ଛତା, ସାଇକେଲ, ଟର୍ଚ୍ଚ ପାଇଁ ଏହି ଅର୍ଥ ସାହାଯ୍ୟ କରିବ ।
ଗ୍ରାମାଞ୍ଚଳ ଓ ସହରାଞ୍ଚରେ ପାଖାପାଖି ୪୭ହଜାରରୁ ଅଧିକ ଆଶାକର୍ମୀ କାର୍ଯ୍ୟରତ ଅଛନ୍ତି । ସେମାନଙ୍କ ଅବଦାନକୁ ସ୍ୱୀକୃତି ଜଣାଇ ମୁଖ୍ୟମନ୍ତ୍ରୀ ଏହି ବଡ ଘୋଷଣା କରିଛନ୍ତି । ଏବେ ଆଶାକର୍ମୀ ୧୦ବର୍ଷ କାର୍ଯ୍ୟ କରି ସ୍ୱେଚ୍ଛାକୃତ ଭାବରେ ଅବସର ନେଲେ ମଧ୍ୟ ଏହି ସୁବିଧାର ଲାଭ ନେଇପାରିବେ ।

Leave a Reply

Your email address will not be published. Required fields are marked *