ମାଲକାନଗିରିକୁ ନବୀନଙ୍କ ଭେଟି, ଉଦଘାଟନ କଲେ ଗୁରୁପ୍ରିୟା ସେତୁ

ଭୁବନେଶ୍ୱର,୨୬/୦୪(ଗ୍ରାଉଣ୍ଡଜିରୋ ଲାଇଭ) :
ହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଶେଷରେ ବିଚ୍ଛିନ୍ନାଞ୍ଚଳ ବାସୀଙ୍କ ସ୍ୱପ୍ନ ପୂରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । କଡାସୁରକ୍ଷା ମଧ୍ୟରେ ଜାନବାଇ ଘାଟିରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଗୁରୁପ୍ରିୟା ସେତୁର ଉଦଘାଟନ କରିଥିଲେ । ଏହି ସେତୁ ନିର୍ମାଣ ପାଇଁ ପ୍ରାୟ ୧୯୦କୋଟି ଖର୍ଚ୍ଚ ହୋଇଛି, ଯାହାର ଲମ୍ବ ୯୨୦ମିଟର ରହିଛି । ଏହା ଦ୍ୱାରା ପ୍ରାୟ ୧୫୧ଟି ଗାଁ ଉପକୃତ ହେବ । ଦୀର୍ଘ ୪୫ବର୍ଷ ଧରି ମାଲକାନଗିରିର ୧୫୧ଟି ଗାଁ ଜଳବନ୍ଦୀ ହୋଇ ଜୀବନ ବିତାଇବା ସହିତ ମୂଖ୍ୟ ସ୍ରୋତରୁ ଅଲଗା ହୋଇ ରହିଆସୁଥିଲେ । ଏହି ସେତୁ ସେମାନଙ୍କ ପାଇଁ ନୂଆ ଆଲୋକ ନେଇ ଆସିବ ବୋଲି ମାଲକାନଗିରିର ଅଞ୍ଚଳବାସୀ ଆଶା ରଖିିଛନ୍ତି ।
ଆରମ୍ଭରୁ ଗୁରୁପ୍ରିୟା ସେତୁ
– ୨୦୦୨ରେ ଓବି ଆଣ୍ଡ ସିସି ସଂସ୍ଥା ଏହି ସେତୁ ନିର୍ମାଣ କରିବାକୁ ଟେଣ୍ଡର ନେଇଥିଲା । କିନ୍ତୁ ୨୦୦୩ ପର୍ଯ୍ୟନ୍ତ କାମ ଆରମ୍ଭ କରି ନ ପାରିବାରୁ ବାଧ୍ୟ ହୋଇ ଓହୋରି ଯାଇଥିଲା ।
– ଏହାପରେ ୨୦୦୬ ମସିହାରେ ଗାମନ ଇଣ୍ଡିଆକୁ ଗୁରୁପ୍ରିୟା ସେତୁ ନିର୍ମାଣ ଦାଇତ୍ୱ ପାଇଥିଲା । କିନ୍ତୁ ମାଓବାଦୀଙ୍କ ଧମକ ପାଇଁ ୨୦୦୭ରେ ଅଧାରୁ କାମ ବନ୍ଦ କରିଥିଲା ଗାମନ ଇଣ୍ଡିଆ ।
– ୨୦୧୦ ମସିହାରେ ଏହି ପ୍ରୋଜେକ୍ଟକୁ କେନ୍ଦ୍ର ସରକାରଙ୍କ ଏଲଡବ୍ଲ୍ୟୁଇ ସ୍କିମରେ ସ୍ଥାନ ଦିଆଯାଇଥିଲା । ଏହାପରେ ଏହି ପ୍ରୋଜେକ୍ଟ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । କେବଳ ଜଣେ କଂଟ୍ରାକ୍ଟର ଆବେଦନ କରିଥିବା ବେଳେ କେନ୍ଦ୍ରୀୟ ପରିବହନ ଓ ରାଜପଥ ମନ୍ତ୍ରାଳୟ ତାକୁ ରିଜେକ୍ଟ କରିଥିଲା ।
– ଏହାପରେ ଏହି ପ୍ରୋଜେକ୍ଟ ରାଜ୍ୟ ପିଏସୟୁ ଓଡିଶା କଂଷ୍ଟ୍ରକସନ କର୍ପୋରେଶନ ଏହି କାମ ପାଇଥିଲା । କିନ୍ତୁ ଫେଲ ମାରିଥିଲା ଓସିସି ।
– ୨୦୧୩ ମସିହାରେ ଚିଫ୍ ସେକ୍ରେଟାରୀ ଜେକେ ମହାପାତ୍ର ହୋମ ସେକ୍ରେଟାରୀ ବିପିନ ସକ୍ସେନା ନିର୍ମାଣାଧିନ ସ୍ଥାନକୁ ଯାଇ ପରିଦର୍ଶନ କରିବା ସହ ସେତୁକୁ ଇପିସି କଂଟ୍ରାକ୍ଟ ଆଧାରରେ କରିବାକୁ ନିଷ୍ପତ୍ତି ନେଇଥିଲେ । ମାଓବାଦୀମାନେ ଅନେକ ସମୟରେ ବାଧକ ସାଜିଥିଲେ ସୁଦ୍ଧା ଶେଷରେ ଗୁରୁପ୍ରିୟା ସେତୁ ସମ୍ପୂର୍ଣ୍ଣ ହୋଇଥିଲା ।

Leave a Reply

Your email address will not be published. Required fields are marked *