‘ମାଇଁ ହାର୍ଟ ବିଟ୍‌ସ ଫର୍‌ ହକି’ କାର୍ୟ୍ୟକ୍ରମକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯/୦୮(ଗ୍ରାଉଣ୍ଡଜିରୋ ଲାଇଭ) :

ରାଜଧାନୀ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମାଇଁ ହାର୍ଟ ବିଟ୍‌ସ ଫର୍‌ ହକି’ କାର୍ୟ୍ୟକ୍ରମର ଉଦ୍‌ଘାଟନ କରିଛନ୍ତି । ଓଡିଶାରେ ଏହି ବର୍ଷ ନଭେମ୍ୱରରେ ହକି ବିଶ୍ୱକପ ହେବାକୁ ଯାଉଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଜୋର ଧରିଛି । କିଛି ଦିନ ପୂର୍ବେ ଇଂଲଣ୍ଡର ବସଗୁଡିକରେ ପ୍ରଚାର ହୋଇଥିବା ବେଳେ ଏବେ ଓଡିଶାରେ ଲୋକଙ୍କ ଭିତରେ କେତେ କ୍ରେଜ ରହିଛି, ସେଥିପାଇଁ ଆଜି ଆରମ୍ଭ ହୋଇଛି ନୂଆ କ୍ୟାମ୍ପେନ । ଜାତୀୟ କ୍ରୀଡା ଦିବସ ତଥା ହକି କିମ୍ବଦନ୍ତୀ ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଥିଲେ ଯେ, ଓଡିଶା ଅନେକ ଖେଳାଳୀଙ୍କୁ ଜନ୍ମ ଦେଇଛି । ଯେଉଁମାନେ ଆନ୍ତର୍ଜାତିକସ୍ତରରେ ଭାରତ ପାଇଁ ଗୈାରବ ଆଣି ଦେଇଛନ୍ତି । ସେହିପରି ବିଶ୍ୱକପ୍ ହେଉଛି ହକିର ସର୍ବାଧିକ ରାଙ୍କିଙ୍ଗ ବିଶିଷ୍ଟ ଖେଳ । ସେଥିମଧ୍ୟରୁ ଧ୍ୟାନଚାନ୍ଦ ଅନ୍ୟତମ । ତାଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ସେ ଆଜି ଲକ୍ଷ ଲକ୍ଷ ହକିପ୍ରେମୀଙ୍କ ହୃଦୟରେ ଘର କରି ରହିଛନ୍ତି । ଏହି ଅବସରରେ ଶ୍ରେଷ୍ଠ କୋଚ୍-ସଞ୍ଜୟ ଗଡ଼ନାୟକ, କ୍ରୀଡ଼ା ସାମ୍ବାଦିକ-ସୁଜିତ ଦାସ, ଶ୍ରେଷ୍ଠ ଅବଦାନ ପାଇଁ ନାରାୟଣ ସାହୁ ଓ ଙଗଉ ପୁରସ୍କୃତ, ମମତା ଦଳାଇ, ପଙ୍କଜ ମହନ୍ତ, ବିଶ୍ୱଜିତ ପୁହାଣଙ୍କୁ ବିଜୁ ପଟ୍ଟନାୟକ ସାହସିକତା ପୁରସ୍କାର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *