ଲଗାତାର ୩ୟ ପରାଜୟ

ମୁମ୍ବାଇ, ୧୪/୦୪: ତିନିଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ ଆଇପିଏଲ ସିଜିନ ୧୧ରେ ଲଗାତାର ତୃତୀୟ ମ୍ୟାଚରେ ପରାଜୟ ବରଣ କରିଛି । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ ଖେଳାଯାଉଥିବା ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ ଶେଷ ବଲରେ ପରାଜିତ ହୋଇଛି । ଦିଲ୍ଲୀର ଜେସନ ରୟଙ୍କ ଦମଦାର ୯୧ରନର ଇନିଂସ ବଳରେ ୭ୱିକେଟରେ ଦଳ ବିଜୟ ହାସଲ କରିଛି । ଏହା ଛଡ଼ା ଦିଲ୍ଲୀ ପାଇଁ ଋଷଭ ପନ୍ତ ୪୭ ରନ୍ ଏବଂ କ୍ୟାପଟେନ ଗମ୍ଭୀର ୧୫ ରନ ସଂଗ୍ରହ କରିଥିଲେ ।
ଟସ ଜିତି ଦିଲ୍ଲୀ କ୍ୟାପଟେନ ଗୌତମ ଗମ୍ଭୀର ମୁମ୍ବାଇକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ନିଜର ସୁନ୍ଦର ଓପନିଂ ବଳରେ ଦିଲ୍ଲୀ ଆଗରେ ୧୯୫ ରନର ବିଶାଳ ଟାର୍ଗେଟ ରଖିଥିଲା ମୁମ୍ବାଇ ଇଣ୍ଡିଆନ । ଜବାବରେ ଦିଲ୍ଲୀ ୭ ୱିକେଟରେ ବିଜୟୀ ହୋଇଥିଲା । ମୁମ୍ବାଇ ପାଇଁ ସୂର୍ଯ୍ୟକୁମାର ଯାଦବ ୫୩ ରନ ଏବଂ ଏବିନ ଲେବିସ ୪୮ ରନର ପାଳି ଖେଳିଥିଲେ ।

Leave a Reply

Your email address will not be published. Required fields are marked *