ମୁମ୍ବାଇ-ଦିଲ୍ଲୀ ଆକାଶପଥ ବିଶ୍ୱର ପଞ୍ଚମ ବ୍ୟସ୍ତବହୁଳ ଆକାଶପଥ

ମୁମ୍ୱାଇ,୧୪/୦୯(ଗ୍ରାଉଣ୍ଡଜିରୋ ଲାଇଭ) : 
କ ସର୍ଭେରୁ ଜଣାପଡିଛି, ୨୦୧୭ ମସିହାରେ ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ୭୧.୨୯ ଲକ୍ଷ ଲୋକ ଆକାଶପଥ ମାଧ୍ୟମରେ ଯାତ୍ରା କରିଛନ୍ତି । ଏହି ଦୃଷ୍ଟିରୁ ମୁମ୍ବାଇ-ଦିଲ୍ଲୀ ଆକାଶପଥ ବିଶ୍ୱର ପଞ୍ଚମ ବ୍ୟସ୍ତବହୁଳ ଆକାଶପଥ ହୋଇଛି । ଏବିଏଶନ ନେଟୱାର୍କ ରୁଟ୍ସ ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା । ଏହି ଅନୁଧ୍ୟାନରେ ଦକ୍ଷିଣ କୋରିଆର ରାଜଧାନୀ ସିୟୋଲରୁ ଜେଜୁ ମଧ୍ୟର ଆକାଶପଥ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ଆକାଶପଥ ବୋଲି ଜଣାପଡିଛି । ଏହି ରୁଟରେ ୧.୩୪ କୋଟି ଲୋକମାନେ ଯାତ୍ରା କରିଛନ୍ତି ।

Leave a Reply

Your email address will not be published. Required fields are marked *