ରାଜସ୍ଥାନ ରୟାଲ୍ସର ବାଜିମାତ

ଜୟପୁର ୨୩/୪(ଗ୍ରାଉଣ୍ଡଜିରୋ ଲାଇଭ): ସଓ୍ଵାଇ ମାନସିଂହ ଷ୍ଟାଡିୟମରେ ୧୬୮ ରନ୍‌ ବିଜୟ ଲକ୍ଷ୍ୟ ନେଇ ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୭ ଓ୍ଵିକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରିଥିଲା। ଆଜିଙ୍କ୍ୟ ରାହାଣେ ୧୪ ରନ୍‌, ସଞ୍ଜୁ ସାମ୍‌ସନ୍‌ ୫୩ ରନ୍‌, ବେନ୍‌ ଷ୍ଟୋକ୍‌ ୪୦ ରନ୍‌, ଜୋସ ବଟଲର ୬ ରନ୍‌ ଲେଖାଏଁ ସଂଗ୍ରହ କରିଥିଲେ। ରାଜସ୍ଥାନ ୧୪ ରନ୍‌ରେ ପ୍ରଥମ ଓ୍ଵିକେଟ୍‌, ୩୮ ରନ୍‌ରେ ୨ୟ ଓ୍ଵିକେଟ୍‌ (ଆଜିଙ୍କ୍ୟ ରାହାଣେ), ୧୧୦ ରନ୍‌ରେ  ତୃତୀୟ ଓ୍ଵିକେଟ୍‌, ୧୨୫ ରନ୍‌ରେ ୪ର୍ଥ, ୫ମ, ୬ଷ୍ଠ ଓ୍ଵିକେଟ୍‌ ଏବଂ  ୧୫୮ ରନ୍‌ରେ ଯୋଫ୍ରା ଅର୍ଚ୍ଚର ଆଉଟ୍‌ ହୋଇଥିଲେ। ସୂର୍ଯ୍ୟ କୁମାର ଯାଦବଙ୍କ ୭୨ ରନ୍‌ ଓ ଈଷାନ କିଷାନଙ୍କ ୫୮ ରନ୍‌ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୧୬୭ ରନ୍‌ ସଂଗ୍ରହ କରିଥିଲା। ଇଣ୍ଡିଆନ ପ୍ରିମିୟର ଲିଗ୍‌ ୧୧ତମ ସଂସ୍କରଣର ୨୧ତମ ମ୍ୟାଚ୍‌ରେ ରବିବାର ଟସ୍‌ ଜିଣି ମୁମ୍ବାଇ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ମାତ୍ର ଗୋଟିଏ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇବା ପରେ ମୁମ୍ବାଇ ୨ୟ ଓ୍ଵିକେଟ୍‌ରେ ୧୨୯ ରନ୍‌ ଯୋଡ଼ିଥିଲା। ୧୩୫ ରନ୍‌ରେ ୩ୟ ଓ୍ଵକେଟ, ୧୩୬ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୧୫୪ ରନ୍‌ରେ ୫ମ ଓ୍ଵିକେଟ୍‌, ୧୫୯ ରନ୍‌ରେ ୬ଷ୍ଠ ଓ ୭ମ ଓ୍ଵିକେଟ୍‌ ପଡ଼ିଥିଲା।  ରାଜସ୍ଥାନ ଜୋଫ୍ରା ଆର୍ଚର ୩ଟି, ଧଓ୍ଵଲ କୁଲକର୍ଣ୍ଣି ୨ଟି ଓ ଜୟଦେବ ଉନାଦକଟ ଗୋଟିଏ ଓ୍ଵିକେଟ ନେଇଥିଲେ।

Leave a Reply

Your email address will not be published. Required fields are marked *