ଆଜି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ବୈଠକ

ନୂଆଦିଲ୍ଲୀ, ୧୨/୦୬(ଗ୍ରାଉଣ୍ଡଜିରୋଲାଇଭ) :
ଲଗାତର ଦ୍ୱୀତୀୟ ଥର ପାଇଁ ପଧାନମନ୍ତ୍ରୀ ଭାବେ ଦାୟୁତ୍ୱ ଗ୍ରହଣ କରିସାରିବା ପରେ ଆଜି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ପ୍ରଥମ ଥର ପାଇଁ ବୈଠକ ବସିବ । ନିର୍ବାଚନ ବେଳେ ଦିଆଯାଇଥିବା ପ୍ରତିଶ୍ରୁତି ଗୁଡିକୁ କିଭଳି ଭାବେ ପୂର୍ଣ୍ଣ କରାଯିବ ସେ ସବନ୍ଧରେ ବୈଠକରେ ଆଲୋଚନା କରାଯିବ । ଆଗାମି ୧୦୦ ଦିନ ପାଇଁ କଣ ପଦକ୍ଷପ ନିଆଯିବ ସେ ବିଷୟରେ ମଧ୍ୟ ବୈଠକରେ ଆଲୋଚନା କରିବେ ମୋଦି । ଏହି ବୈଠକରେ ବହୁଚର୍ଚ୍ଚିତ ତିନି ତଲାକ ବିଲ୍ କୁ ମଧ୍ୟ ମଞ୍ଜୁରି ମିଳିପାରେ ବୋଲି ସୂଚନା ରହିଛି । ଏହି ବୈଠକ ଅପରାହ୍ନ ୫ଟାରେ ବସିବ ଓ ଏହା ପୂର୍ବରୁଅପରାହ୍ନ ୪ଟାରେ କ୍ୟାବିନେଟ୍ ବୈଠକ ବସିବ ।

Leave a Reply

Your email address will not be published. Required fields are marked *