ମୋଦିଙ୍କୁ କ୍ଲିନ୍‌ ଚିଟ୍‌, ସୁପ୍ରିମ୍‌କୋର୍ଟରେ ଖାରଜ ହେଲା ରାଫେଲ ପିଟିସନ

ନୂଆଦିଲ୍ଲୀ,୧୪/୧୨(ଗ୍ରାଉଣ୍ଡଜିରୋ ଲାଇଭ):
ଫ୍ରାନ୍ସ ଯୁଦ୍ଧ ବିମାନ ରାଫେଲ୍‌ ଡିଲ୍‌ରେ କୌଣସି ଅନିୟମିତତା ହୋଇନାହିଁ । ଶୁକ୍ରବାର ସୁପ୍ରିମ୍‌କୋର୍ଟ ଏହା ଉପରେ ରାୟ ଦେବା ସହିତ ଏସମ୍ପକିତ ପିଟିସନ୍‌କୁ ଖାରଜ କରିଛନ୍ତି । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ପ୍ରତିରକ୍ଷା ବିଭାଗର ମାମଲାରେ ସୁପ୍ରିମ୍‌କୋର୍ଟ ହସ୍ତକ୍ଷେପ କରିବ ନାହିଁ ବୋଲି ସୂଚନା ଦେଇଛନ୍ତି ।
ଭାରତ ଫ୍ରାନ୍ସଠାରୁ ୫୮ ହଜାର କୋଟି ଟଙ୍କା ମୂଲ୍ୟର ୩୬ଟି ରାଫେଲ ଯୁଦ୍ଧ ବିମାନ କ୍ରୟ କରିବା ଘଟଣାରେ ଦୁର୍ନୀତି ହୋଇଛି ବୋଲି ଦର୍ଶାଇବା ସହିତ ଏହାର ଯାଞ୍ଚ ପାଇଁ ସୁପ୍ରିମ୍‌କୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା । ତେବେ ରାଫେଲ ଯୁଦ୍ଧ ବିମାନ ଦେଶର ପ୍ରତିରକ୍ଷା ପାଇଁ ଆବଶ୍ୟକ ବୋଲି ସର୍ବୋଚ୍ଚ ଅଦାଲତ ସୂଚିତ କରିବା ସହିତ କୌଣସି ବ୍ୟକ୍ତିଙ୍କ ବ୍ୟକ୍ତିଗତ ଧାରଣା ଆଧାରରେ ଦେଶର ପ୍ରତିରକ୍ଷାକୁ ବଳି ଦିଆଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନ୍‌ ଚିଟ୍‌ ମିଳିଛି ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *