ପ୍ରଥମଥର ପାଇଁ ଅନ୍ତରାଷ୍ଟ୍ରୀୟ ମଂଚରେ ସାମ୍ନାସାମ୍ନୀ ହେବେ ମୋଦି ଓ ଇମରାନ

 

12/06 (ଗ୍ରାଉଣ୍ଡଜିରୋଲାଇଭ): 13-14 ଜୁନ କୁ ବିଶ୍କେକର ଏସ୍. ସି. ଓ ସମ୍ମିଳନୀ ରେ ସାମ୍ନାସାମ୍ନୀ ହେବେ ମୋଦି ଓ ଇମରାନ । ଏହା ପ୍ରଥମ ମଉକା ହେବ ଯେଉଁଠାରେକି ଏହି ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଗୋଟିଏ ମଂଚରେ ଏକାଠି ଦେଖିବାକୁ ମିଳିବ । 11ଡିସେମ୍ବର 2015ରେ ନୂଆଦିଲ୍ଲୀଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇମରାନ ଖାନଙ୍କର ଭେଟ ହୋଇଥିଲା । ଏଥିରେ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କରେ ସୁଧାର ଆଣିବାପାଇଁ କରିଥିବା ପ୍ରତିବଦ୍ଧତାକୁ ଦୋହରାଯାଇଥିଲା । ସେତେବେଳେ ଇମରାନ ଖାନ ଜଣେ ପୂର୍ବ କ୍ରିକେଟର ଓ ପାକିସ୍ତାନୀ ସାଂସଦ ଥିଲେ ।  ଇମରାନ ଖାନ ମୋଦିଙ୍କୁ ପାକିସ୍ତାନ ଆସିବାର ପ୍ରସ୍ତାବ ଦେଇଥିଲେ । 42ମାସ ପରେ ଏବେ ପରିସ୍ଥିତି, ଦୁଇ ନେତାଙ୍କ ଅବସ୍ଥା ଓ ମଂଚ ସବୁ ଅଲଗା ହୋଇଯାଇଛି । ଇମରାନ ଖାନ ବର୍ତ୍ତମାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଅଛନ୍ତି । ବାଲାକୋଟ ଏୟାରସ୍ଟ୍ରାଇକ ପରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ନିର୍ବାଚନ ଜିତି ଆହୁରି ଶକ୍ତିଶାଳୀ ହୋଇଯାଇଛନ୍ତି । ମୁମ୍ୱାଇ, ଉରି, ପଠାନକୋଟ ଓ ପୁଲୱାମା ଆକ୍ରମଣ ପରେ ଭାରତ ସଫା କହିସାରିଛି କି, ଆତଙ୍କବାଦ ବନ୍ଦ ବିନା ପାକିସ୍ତାନ ସହ ଏବେ ଆଉ କିଛି କଥାବାର୍ତ୍ତା ନାହିଁ । ତେଣୁ ପୁନଶ୍ଚ ଭାରତ ସହ ସମ୍ପର୍କ ବଢାଇବା ପାଇଁ ଏହି ଏସ୍. ସି. ଓ. ସମ୍ମିଳନୀ ନିଶ୍ଚିତ   ଭାବରେ ପାକିସ୍ତାନ ପାଇଁ ଏକ ବଡ ମାଧ୍ୟମ ରହିବ । ଏଥିରେ ଆତଙ୍କବାଦ ରୋକ ସମ୍ପର୍କରେ ଆଲୋଚନା ହୋଇପାରେ । ଭାରତ ଓ ପାକିସ୍ତାନ ବ୍ୟତୀତ ଅନ୍ୟ ରାଷ୍ଟ୍ରର ନେତାମାନେ ମଧ୍ୟ ସେଠାରେ ଉପସ୍ଥିତ ରହିବେ ।

Leave a Reply

Your email address will not be published. Required fields are marked *