ନାବାଳିକା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ

କଟକ, ୨୨/୦୪(ଗ୍ରାଉଣ୍ଡଜିରୋ ଲାଇଭ): ସାଲେପୁର ନାବାଳିକା ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ସ୍ଥାନୀୟ ଅଞ୍ଚଳର ଏମ. ଡି. ମୁସ୍ତାଫାକୁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ବିରୋଧରେ ୩୭୬, ୩୦୭ ଓ ପୋସ୍କୋ ଦଫା ଲାଗୁ କରିଛି ପୋଲିସ । ସୂଚନାଯୋଗ୍ୟ ଗତକାଲି ରାତିରେ ସାଲେପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ ସ୍କୁଲ ବାରଣ୍ଡାରୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ନାବାଳିକା ଜଣଙ୍କ ସଂଧ୍ୟାରେ ଚକଲେଟ ଆଣିବାକୁ ବାହାରକୁ ଯାଇଥିଲା । ଦୀର୍ଘ ସମୟ ପରେ ନଫେରିବାରୁ ଘରଲୋକେ ଖୋଜାଖୋଜି କରିଥିଲେ । ଶେଷରେ ଅଚେତ ଅବସ୍ଥାରେ ନାବାଳିକାକୁ ଅଚେତ ଅବସ୍ଥାରେ ସ୍କୁଲ ବାରଣ୍ଡାରୁ ଉଦ୍ଧାର କରାଯାଇଥିଲା । ତାକୁ ପ୍ରଥମେ ସାଲେପୁର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ନାବାଳିକାକୁ କେହି ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରିଥିବା ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଥିବା ବେଳେ ଏ ନେଇ ସାଲେପୁର ଥାନାରେ ଅଭିଯୋଗ କରିଥିଲେ । ଦୋଷୀକୁ ଗିରଫ ଦାବିରେ ଆଜି ସ୍ଥାନୀୟ କାଜିହାଟ ଛକରେ ରାସ୍ତା ରୋକ କରାଯାଇଥିଲା । ପୂର୍ବାହ୍ନରେ ବଡ଼ ମେଡିକାଲ ଯାଇ ନାବାଳିକାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ।

Leave a Reply

Your email address will not be published. Required fields are marked *